ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ୟାବିନେଟ ତଥା ମନ୍ତ୍ରୀ ପଦରରୁ ବହିଷ୍କାର ଦାବୀରେ ଆଜି ପ୍ରଦେଶ କଂଗ୍ରେସ କମିଟି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିଲା । ସେହିକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଆଜି ବଲାଙ୍ଗିର ସହରରେ ଦୋକାନ ବଜାର ଗାଡି ମଟର ବନ୍ଦ ରହିଥିବା ପରିଲକ୍ଷିତ ହୋଇଛି । ବସ ମାଲିକ ସଂଘ, ଟ୍ରକ ମାଲିକ ସଂଘ, ବଣିକ ସଂଘ, ବାର ଏସୋସିଏସ୍ନ୍ ସମେତ ବିଭିନ୍ନ ସାମାଜିକ ସଂଗଠନ ଉକ୍ତ ବନ୍ଦକୁ ସମର୍ଥନ କରିଥିବା ବେଳେ ସହରରେ ବନ୍ଦ ଶାନ୍ତିପୁର୍ଣ୍ଣ ରହଥିବା ଜଣାପଡିଛି । ତେବେ ଦିନ ୧୨ଟା ପରେ ଦୋକାନ ବଜାର ଖୋଲିବ ବୋଲି ଅନେକ ଆଶା ପ୍ରକାଶ କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡକୁ ଏଭିତରେ ୩୦ ଦିନରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ଲୋମହର୍ଷଣକାରୀ ଘଟଣାର ବିଭିନ୍ନ ପକ୍ଷ ଏଯାଏଁ ଅଛୁଆଁ ରହିଛି ।ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତଥା ମାହଲିଙ୍ଗ କଲେଜ ସହିତ ଗୃହ ରାଷ୍ଟ୍ର ମନ୍ତ୍ରୀ ଓତଃ ପ୍ରତଃ ବାବେ ଜଡିତ ଥିବା ନେଇ ବିଭିନ୍ନ ତଥ୍ୟ ସର୍ବସମ୍ମୁଖକୁ ଆସିଛି । ଘଟଣାରେ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ନିଜେ ଗୃହ ରାଷ୍ଟ୍ର ମନ୍ତ୍ରୀ ହୋଇଥିବା ବେଳେ ତଦନ୍ତ ପ୍ରଭାବିତ ହେବା ସମ୍ଭାବନା ରହିଛି । ତେଣୁ ବିରୋଧୀ ବାରମ୍ବାର ଦିବ୍ୟଶଙ୍କରଙ୍କୁ ତାଙ୍କ ପଦରୁ ବହିଷ୍କାର କରିବା ସହ ଘଟଣାର ଉଚ୍ଚ ତଥା ନିରପେକ୍ଷ ତଦନ୍ତ କରିବା ପାଇଁ ଦାବୀ କରିଆସିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ପରିବର୍ତ୍ତେ ଘଟଣା ଓ ଘଟଣାରେ ସଂପୃକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବାର ପ୍ରୟାସ କରୁଥିବା ବେଳେ କଂଗ୍ରେସର ଏହି ଦାବୀକୁ ସାରା ଓଡିଶାବାସୀ ସମର୍ଥନ ଜଣାଇବା ସହ ଲୋକେ ଆଜି ସ୍ୱତଃ ପ୍ରବୃତ୍ତ ଭାବେ ଦୋକାନ ବଜାର ଗାଡି ମଟର ବନ୍ଦ ରଖିଛନ୍ତି ।
ତେବେ ରାଜ୍ୟସରକାର ଯଥା ଶୀଘ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରିବା ସହ ମମିତାଙ୍କୁ ଉଚିତ ନ୍ୟାୟ ଯୋଗଇ ନଦେଲେ କଂଗ୍ରେସ ଆହୁରି ଦୁର୍ବାର ଆନ୍ଦୋଳନ କରିବା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ବିଭିନ୍ନ କର୍ମକତ୍ତାମାନେ ଆଜି ସକାଳୁ ଏକ ବାଇକ ର୍ୟାଲି କରି ବନ୍ଦ ପାଇଁ ଜନ ସମର୍ଥନ ଲୋଡିଥିଲେ । ପରେ ପରେ ସ୍ଥନ୍ୟୀ କଚେରୀ ଛକ ଠାରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ କରିବା ସହ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳୀକା ଦାହ କରିଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସନ୍ତକ ବହିଦାର, ମନିଷ ମିଶ୍ର, ରାଜ୍ୟ ସଂପାଦକ ଉମା ଶଙ୍କର ପଣ୍ଡା, ଜୁଲୁ ପଟ୍ଟନାୟକ, ସଞ୍ଜୟ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଲୋପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.