ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବସ ଷ୍ଟାଣ୍ଡ ଛକ ଠାରେ କଂଗ୍ରେସ ପାର୍ଟି ପକ୍ଷରୁ ଆଜି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ମହାଲିଙ୍ଗ ସନଶାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ର ଏବଂ ବରଗଡ଼ ଜିଲ୍ଲା ତୋରା ଗ୍ରାମ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ର ପ୍ରତିବାଦ ରେ ୧୨ତାରିଖରେ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ଦୋକାନ ବଜାର ,ଗାଡି ମୋଟର ଚଳାଚଳ,ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ମଧ୍ୟ ବନ୍ଦ ରହିଥିଲା।ମମିତା ମେହେର ଙ୍କ ହତ୍ୟା ଘଟଣାରେ ରାଜ୍ୟସରକାର ସମ୍ପୂର୍ଣ୍ଣ ଉଦାସୀନତା ଉକ୍ତ ଘଟଣାରେ ସ୍କୁଲ ର ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଯତ ରୁ ଫେରାର ହେବା ଓ ପୁଣି ଗିରଫ ହେବା ରାଜ୍ୟ ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଏହି ଘଟଣା କୁ ସନ୍ଦେହ ଘେରକୁ ଟାଣି ଆଣିଛି।ଦିବ୍ୟଶଙ୍କର ମିଶ୍ର ଙ୍କୁ ତୁରନ୍ତ ବହିଷ୍କାର ଗିରଫ କରିବା ସହିତ ତାଙ୍କ ବିରୁଦ୍ଧ ରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ।ଝାରବନ୍ଧ ବ୍ଲକ କଂଗ୍ରସ ସଭାପତି ମୁଜାଫର ହୁସେନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିବାଦ ସଭା ରେ ଗୋବିନ୍ଦ ପଟେଲ,ମିନ ବାଗ,ଅଜିତ ପୋଢ଼,ଜିତୁ ପୋଢ଼,ଘନଶ୍ୟାମ ଵଂଛୋର,ଅଶ୍ବିନୀ ପୋଢ଼,ବିଶ୍ଵଜିତ ବେହେରା,ଉଦ୍ଧବ ପଧାନ,ରାଜେଶ ପ୍ରଧାନ ପ୍ରମୁଖ ଙ୍କ ନେତୃତ୍ୱରେ ବହୁ କଂଗ୍ରେସକର୍ମୀ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.