ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଯୁବକକୁ ଜେଲ ଓ ଜୋରିମାନା

0

 

ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ ଓ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଏକ ନାବାଳିକା ଦୁଷ୍ଟର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବାକୁ ଯାଇ ଅଭିଯୁକ୍ତ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜାଗୁଆ ଘୁନିଆଙ୍କ ପୁଅ ଗଣେଶ ଘୁନିଆଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ୬ ପୋକ୍ସୋ ଆକ୍ଟ ଅନୁସାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ଜୋରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଦର୍ଶାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୪ ଡ଼ିସେମ୍ବର ୧୭ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜନୈକ ନାବାଳିକା ଏକାକୀ ଅଟାଚକିରୁ ଗହମ ପେଶି  ଘରକୁ ଫେରି ଆସୁଥିବା ସମୟରେ ଅଭିଯୁକ୍ତ ଯୁବକ ଗଣେଶ ଘୁନିଆ ନାବାଳିକାଙ୍କୁ ତାଙ୍କ ଘରେ ଛାଡ଼ି ଦେବ ବୋଲି କହି ସାଥୀରେ ନେଇଯାଉଥିବା ସମୟରେ ନିକଟସ୍ଥ ଏକ ନର୍ସରୀ ମଧ୍ୟକୁ ନେଇଯାଇ ବଳପୂର୍ବକ ଭାବେ ଦୁଷ୍କର୍ମ  କରିଥିବା ବିଷୟକୁ ନେଇ ପିଡ଼ିତାଙ୍କ ମା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଗଣେଶ ଘୁନିଆଙ୍କ ନାମରେ ଅଭିଯୋଗ କରିଥିଲେ । ଆଜି ଉକ୍ତ ମାମଲାରେ ରହିଥିବା ୯ ଜଣ ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମକଦ୍ଦମାକୁ ଏପିପି ଅଭିନ୍ନ ସୁନ୍ଦର ପଟ୍ଟନାୟକ ପରିଚାଳନା କରିଥିଲେ । 

 

Leave A Reply

Your email address will not be published.