ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଆଜି ୩ ଦଫା ଦାବି ନେଇ ବାଲେଶ୍ଵର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଅଲ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ ଭଦ୍ରକ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଆସୋସିଏସନର ସଭାପତି କୁଞ୍ଜବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନୂତନ ସଭ୍ୟ ସଂଗ୍ରହ ସହ ସର୍ବନିମ୍ନ ପେନସଂଯୁକ୍ତ ଡିଏ, ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବର୍ଦ୍ଧିତ ପେନସନ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାଭଳି ୩ ଦଫା ଦାବି ନେଇ ଜଗତାନନ୍ଦ ମହାନ୍ତି, ବସନ୍ତ ମଲ୍ଲିକ,ମୃତ୍ୟୁଞ୍ଜୟ ମହାପାତ୍ର,ଅଜିତ କୁମାର ହୋତା,ଅଜୟ କୁମାର କୁଣ୍ଡୁ,ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ନିଜ ବକ୍ତବ୍ୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ପରବର୍ତ୍ତୀ ସମୟରେ ସଭାପତି ଶ୍ରୀ ନାୟକ ଆସନ୍ତା ୧୬ ତାରିଖ ଦାବି ଦିବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭରେ ଯୋଗଦେବାକୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ।ଶେଷରେ ବାଞ୍ଛାନିଧି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.