ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା କଳିଙ୍ଗ ମହାବିଦ୍ୟାଳୟରେ ତ୍ରିସ୍ତରୀୟ ସଙ୍କୁଳ ସ୍ତରୀୟ ଯୁବରେଦକ୍ରସ ପକ୍ଷରୁ ତାଲିମ ଓ ଶିକ୍ଷା ଶିବିର ଉଦଯାପିତ ହୋଇ ଯାଇଛି I ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଯୋଗ ଦେଇ ଥିଲେ I
କଳିଙ୍ଗ ମହାବିଦ୍ୟାଳୟର ପ୍ରିନ୍ସିପାଲ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନନିୟ ଅତିଥି ଭାବେ ଡଃ ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ I ତ୍ରିସ୍ତରୀୟ ଶିବିରର ଉଦଘାଟନୀ ଉତ୍ସାବରେ ଫିରିଙ୍ଗିଆ ପ୍ରିନ୍ସପାଲ ଡଃ ଚିତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବରେ ଜିଲ୍ଲା ସଂଯୋଜକ ଡଃ ବିଭୁତି ଭୂଷଣ ଆଚାର୍ଯ୍ୟ ଯୋଗ ଦେଇ ରକ୍ତଦାନର ମହତ୍ତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ I
ରେଡକ୍ରସ ଇତିହାସ ବିଷୟରେ ଅଧ୍ୟାପକ ପ୍ରସନ୍ନ କୁମାର ପଟ୍ଟନାୟକ, ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଡଃ ଶକ୍ତିକାନ୍ତ ମଲ୍ଲୀକ, ସଡ଼କ ସୁରକ୍ଷା ସମ୍ପର୍କରେ ଏସଆଇ କୌଶଲ୍ୟା ବେହେରା, ଏଚଆଇବି ଏଡସ ବିଷୟରେ ଡଃ ପ୍ରଶାନ୍ତ କୁମାର ମହାପାତ୍ର, ବ୍ୟକ୍ତିତ୍ୱ ବିକାଶ ଏବଂ ନେତୃତ୍ୱ କୌଶଳ ସମ୍ପର୍କରେ ଡଃ ନଳିନୀ କାନ୍ତ ପାଣିଗ୍ରାହୀ, ଅଗ୍ନି ନିରୋଧ ବିଷୟରେ ଅଗ୍ନିଶମ ଅଧିକାରୀ ଅଭିଭାଷଣ ପ୍ରଦାନ କରିଥିଲେ I
Sign in
Sign in
Recover your password.
A password will be e-mailed to you.