ଦରଦାମ ବୃଦ୍ଧିକୁ ନେଇ ତାତିଲା ମାହାଙ୍ଗା ମହିଳା ବିଜେଡି : ବ୍ଲକ ଘେରାଉ ସହ ଦାବିପତ୍ର ପ୍ରଦାନ

0

ମାହାଙ୍ଗା(ସପ୍ତଜ୍ୟୋତି ରାଉଳ) : ମୋଦି ସରକାରଙ୍କ ଆଛେଦିନ ସ୍ଲୋଗାନ କେବଳ ଧୂଆଁବାଣ ସାବ୍ୟସ୍ତ ହୋଇଛି | ଗରୀବ ଓ ମଧ୍ୟବିତ୍ତ ପରିବାର ଉପରେ ସରକାରଙ୍କ ମହଙ୍ଗା ମାଡ ବରଦାସ୍ତ ବାହାରେ | ଡାଲି, ଖାଇବା ତେଲ, ପେଟ୍ରୋଲ, ଡିଜେଲ,ଏବଂ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କୁ ଅତିଷ୍ଠ କରିସାରିଲାଣି | ତଥାପି ମୋଦି ସରକାରଙ୍କ ନିଦ ଭାଙ୍ଗୁନି | ଏସବୁ ଘଟଣାର ପ୍ରତିବାଦରେ ରାଜ ରାସ୍ତାକୁ ଓହ୍ଲାଇଥିଲା ବ୍ଲକ ମହିଳା ବିଜେଡି | ଶହଶହ ମହିଳା ଏକ ବିରାଟ ପଟୁଆରରେ ବଣୁଆ ମହାପୁରୁଷଙ୍କ ପୀଠରୁ ବାହାରି ବ୍ଲକ ସଦର ମହକୁମା କୁଆଁପାଳ ଠାରେ ପହଞ୍ଚିଥିଲା | ସେଠାରେ କେନ୍ଦ୍ର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ମୋଦି ସରକାର ବିରୁଦ୍ଧରେ ନାରାବାଜି ଦେଇଥିଲେ |
ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, କ୍ଷମତାକୁ ଆସିବା ପରେ ସବୁ ଭୁଲିଯାଇଛି ବୋଲି ମହିଳା ବିଜେଡି ଅଭିଯୋଗ ଆଣିଛି | ତେଲ, ଡାଲି, ଗ୍ୟାସ, ଦର ଦିନକୁ ଦିନ ହୁ ହୁ ହୋଇ ବଢୁଛି |ଏହା ଉପରେ ସରକାରଙ୍କ ଅଙ୍କୁଶ ନାହିଁ ! ଏଭଳି ନିକ୍କମା ସରକାର ବିରୁଦ୍ଧରେ ରାସ୍ତା ଘାଟରେ ଲଢେଇ ଜାରୀ ରହିବ ବୋଲି ମହିଳା ବିଜେଡି ଚେତାବନୀ ଦେଇଥିଲା !
ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା |
ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁସ୍ମିତା ଦାସ, ମହିଳା ଫେଡେରେସନ ସମ୍ପାଦିକା ସସ୍ମିତା ମହାନ୍ତି ,ବ୍ଲକ ଚେୟାରମ୍ୟାନ ଶରତ ନାୟକ, ଜିଲାପରିଷଦ ହୃଷିକେଶ ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ନର୍ମଦା ନାୟକ ପ୍ରମୁଖ ଆଜିର ଆନ୍ଦୋଳନରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନ ବିରୋଧିନୀତି ବିରୁଦ୍ଧରେ ଭାଷଣ ଦେଇଥିଲେ !

Leave A Reply

Your email address will not be published.