ବୋଲଗଡ:ତୈଳ ଦର ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ପ୍ରତିବାଦ ସଭା

0

ବୋଲଗଡ (ପଞ୍ଚାନନ ସ୍ୱାଇଁ) : ଆଜି ବିଜୁ ଜନତା ଦଳ ତରଫରୁ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଆହ୍ଵାନରେ ତୈଳ ଦର ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ଲକ୍ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ଏଥିରେ ୨୫ ନମ୍ବର ଜୋନର ପ୍ରତି ପଞ୍ଚାୟତରୁ ସମସ୍ତ ସରପଞ୍ଚ ସମିତି ସଭ୍ୟ ତୁଙ୍ଗନେତା ଓ ନେତ୍ରବୃନ୍ଦ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ପ୍ରାର୍ଥୀ ଅଶ୍ୱିନୀ କୁମାର ପଟ୍ଟନାୟକ,ବାନାମ୍ଵର ମାଝି, ବୀର ଦାସ, ବବିତା ସାହୁ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଦରଦାମ ବୃଦ୍ଧି ପ୍ରତିବାଦରେ ବୋଲଗଡ଼ ବ୍ଲକ୍ ସମ୍ମୁଖରେ ବିରାଟ ପ୍ରତିବାଦର ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଗ୍ୟା ସଦର ବୃଦ୍ଧି ପ୍ରତିବାଦରେ ଶତାଧିକ ମହିଳା ଯୋଗ ଦେଇଥିଲେ ।

Leave A Reply

Your email address will not be published.