ନାବାଳକକୁ ହତ୍ୟାକାରୀ ସଜାଇ ପୋଲିସ ଗିରଫ କରିଛି  

0

 

ଡ଼ିଜିଙ୍କୁ ଭେଟିଲେ  ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ 

  ଯାଜପୁର/Jayashankar Dash : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଫଜଲପୁର ଗ୍ରାମରେ ଜଣେ ନାବାଳିକାକୁ ହତ୍ୟାକରୀ ପୋଖରୀରେ ଫିଙ୍ଗିଦେବା ଏବଂ ପ୍ରକୃତ ହତ୍ୟାକାରୀଙ୍କୁ ଛାଡ଼ିଦେଇ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଥିବା ଜଣେ ନାବାଳକକୁ ହତ୍ୟାକାରୀ ସଜାଇ ପୋଲିସ ଗିରଫ କରିବା ଭଳି ଏକ ସ୍ପର୍ଶକାତର ଘଟଣାକୁ ନିରପେକ୍ଷ ଭାବେ ଯାଞ୍ଚ କରି ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦର ଏକ ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳ ଆଜି ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କଲେ ! ଏହି ପ୍ରତିନିଧି ମଣ୍ଡଳରେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସଂଗଠନ ସମ୍ପାଦକ ଆନନ୍ଦ କୁମାର ପାଣ୍ଡେ, ଓଡିଶା (ପୂର୍ବ) ପ୍ରାନ୍ତ ସମ୍ପାଦକ ପ୍ରଶାନ୍ତ ପଣ୍ଡା, ଯାଜପୁର ଜିଲ୍ଲା ସମ୍ପାଦକ ଚିନ୍ମୟ ସ୍ୱରୂପ ପଣ୍ଡା, ଜୋନ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାମନ୍ତଙ୍କ ସମେତ ଏତଲାକାରୀ ତଥା ମୃତା ନାବାଳିକାଙ୍କ ପିତା ଭାଗିରଥୀ ଯେନା ଏବଂ ଗିରଫ ନାବାଳକର ମା’ ସେହେରୁନ ବିବି ଓ ଭାଇ ଶେଖ ସଦାମ ପ୍ରମୁଖ ସହ !ଆଇନଜୀବୀ ଉଦୟନାଥ ସାହୁ  ଉପସ୍ଥିତ ଥିଲି !
 
 
Leave A Reply

Your email address will not be published.