ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର, ପାରଳାଖେମୁଣ୍ଡିର ସଭାଗୃହ ଠାରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ ଯୋଗ ଦେଇ ୧୯୯୯ରେ ହୋଇଥିବା ମହାବାତ୍ୟାକୁ ମନେ ପକାଇବା ସହିତ ସେହି ସମୟରେ ହୋଇ ଥିବା ଧନଜୀବନ କ୍ଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ନିଜର ଅନୁଭୂତିକୁ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ ।
ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ୧୯୯୯ ମହାବାତ୍ୟାରେ ନିଜର ଅନୁଭୂତିକୁ ମନେପକାଇବା ସହିତ ଆଜିର ଦିନରେ ବିପର୍ଯ୍ୟୟ ପୂର୍ବରୁ ସରକାରଙ୍କର ଏବଂ ଜନସାଧାରଣଙ୍କର ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ ।
ମହାବାତ୍ୟା ଠାରୁ ଆଜି ପର୍ଯ୍ୟନ୍ତ ସମ୍ମୁଖୀନ ହୋଇଥିବା ସମସ୍ତ ବିପର୍ଯ୍ୟୟରେ ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ କିପରି ସଚେତନତା ବଢିବା ସହ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି , ମୁକାବିଲା ଏବଂ ଥଇଥାନ କାର୍ଯ୍ୟକ୍ରମର ଅଗ୍ରଗତିକୁ ସମସ୍ତେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହ ପ୍ରାରମ୍ଭରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ ।
ଶେଷରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଉପସ୍ଥିତ ଥିବା ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଏବଂ କ୍ଷେତ୍ର କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି , ଉପ- ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାରଣା , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିନତୀ ଦେଇ , ଜିଲ୍ଲା ସମାଜ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ କଲ୍ୟାଣୀ ଦାସ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ , ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ଦାସ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସ୍ୱରାଜ ସୀସା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.