ବିଶ୍ୱ ମିତବ୍ୟୟିତା ଦିବସ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟ ଗଜପତି ତରଫରୁ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି।
ତତ୍ ସଙ୍ଗେ ସଙ୍ଗେ ସ୍ୱଳ୍ପ ସଞ୍ଚୟର ଉପକାରିତା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଭ୍ରାମ୍ୟମାଣ ଯାନ ସଞ୍ଚୟ ରଥ ଜିଲ୍ଲା ପରିକ୍ରମା ନିମନ୍ତେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ଯାତ୍ରା ଆରମ୍ଭ କରିଛି।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ବୃକ୍ଷ ରୋପଣ କରିବା ସହିତ ଜିଲ୍ଲାବାସୀଙ୍କୁ ମିତବ୍ୟୟୀ ହେବା ତଥା ସ୍ବଳ୍ପ ସଞ୍ଚୟ ଯୋଜନାରେ ସାମିଲ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ। ଏହା ପରେ ସବୁଜ ପତାକା ଦେଖେଇ ସଞ୍ଚୟ ରଥର ଶୁଭାରମ୍ଭ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରିଣୀ ସୁଶ୍ରୀ ନାର୍ମଦା ନାୟକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସ୍ୱରାଜ୍ୟ ଶିଶା ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ଏଥିରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ଥାନୀୟ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ ବୃନ୍ଦ ସହଯୋଗ କରିଥିଲେ।

Leave A Reply

Your email address will not be published.