ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକ ଦିନିଆ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ୫୦ ଜଣ ଛାତ୍ରୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ସଫେଇ , ଆବର୍ଜନା ସଫା , ପ୍ଲାଷ୍ଟିକ ଜରି , ବୋତଲ ଇତ୍ୟାଦି ସଂଗ୍ରହ କରି ପରିବେଶ ନିର୍ମଳ କରିଥିଲେ।
ଓଡ଼ିଶା ସରକାରଙ୍କର ମାର୍ଗଦର୍ଶକା ଅନୁସାରେ ଜାତୀୟ ସେବା ଯୋଜନାରେ ଭାଗ ନେଇଥିବା ଛାତ୍ରୀ ମାନେ ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧି ଏହି ସଫେଇ କାର୍ଯ୍ୟକ୍ରମ କରିଥିଲେ।
ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଭୂଗୋଳ ପ୍ରାଧ୍ୟାପିକା ଯଥା ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ବ୍ୟକ୍ତିଗତ ଭାବରେ ଯୋଗ ଦେଇ ନିଜେ ସଫେଇ କାର୍ଯ୍ୟ କରିଥିଲେ। ଏନ୍.ଏସ୍.ଏସ୍.ପି.ଓ (N.S.S.P.O) ଡ଼.ନୃସିଂହ ପ୍ରସାଦ ପାଣିଗ୍ରାହୀ (ଇତିହାସ ଅଧ୍ୟାପକ) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏନ୍.ସି.ସି ଅଧ୍ୟାପିକା ଲେଫଟେନେଣ୍ଟ ଅନିତା କୁମାରୀ ପାଢ଼ୀ , ୱାଇ.ଆର୍.ସି ପରାମର୍ଶଦାତ୍ରୀ ଅଧ୍ୟାପିକା ସଂଯୁକ୍ତା ପାତ୍ର ଓ ଅନ୍ୟ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଯୋଗାଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.