ଭାଜପା ପକ୍ଷରୁ ଜିଲ୍ଲା ବ୍ୟାପି ବନ୍ଦ ପାଳିତ, ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ

0

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ମମିତା ହତ୍ୟାକାଣ୍ଡ ଉପଯୁକ୍ତ ତଦନ୍ତ, ମନ୍ତ୍ରୀଙ୍କୁ ବହିଷ୍କାର ଦାବୀ ନୂଆପଡା ଜିଲା ବ୍ୟାପି  ଭାଜପା ପକ୍ଷରୁ ବନ୍ଦ ପାଳିତ ହେଉଅଛି। ଜିଲ୍ଲା ଦେଇ ଯାଇଥିବା ୩୫୩ ନଂମ୍ବର ଜାତୀୟ ରାଜପଥ କୁ ଜିଲ୍ଲାର ୫ ଗୋଟି ସ୍ଥାନରେ ଅବରୋଧ କରିଛନ୍ତି। ପାଞ୍ଚ ଗୋଟି ବ୍ଲକ ଏବଂ ତିନି ଗୋଟି ଏନଏସି ବନ୍ଦ ପାଳିତ ହୋଇଅଛି। ଏହି ବନ୍ଦ ପାଳନ ରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିଅଛି। ଅତ୍ୟାବଶ୍ୟକ ସେବା କୁ ଛାଡି ସମସ୍ତେ ବନ୍ଦ ପାଳନ କରୁଛନ୍ତି। ଖଡ଼ିଆଳ ଥାନା ଚୌକ ଠାରେ ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ନେତୃତ୍ବରେ ବନ୍ଦ ପାଳିତ ହେଉଥିବା ବେଳେ ଖଡ଼ିଆଳ, କୋମନା, ଉଦ୍ୟାନବନ୍ଦ, ନୂଆପଡା ଖରିଆର ରୋଡ଼ ଠାରେ ୩୫୩ ନଂମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି। ମମିତା ହତ୍ୟାକାଣ୍ଡ ର ଉପଯୁକ୍ତ ତଦନ୍ତ, ଏହି ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ତଦନ୍ତ ଦିଗ ହରା ହେବା ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବୀ କରିଛନ୍ତି। 

Leave A Reply

Your email address will not be published.