ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି।
ଦୁର୍ନୀତି ନିବାରଣର ମୂଳ ଉତ୍ପାଟନ କରିବା ପାଇଁ ସାଧୁତା,ସ୍ୱଚ୍ଛତା ବଜାୟ ରଖି ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସତର୍କତା ଅବଲମ୍ବନ ପୂର୍ବକ ବିନା ଦ୍ବିଧାରେ ଏବଂ ବିବେକାନୁମୋଦିତ ଭାବେ କର୍ତ୍ତବ୍ୟ ସମ୍ପାଦନ କରି ଜନ ସାଧାରଣଙ୍କୁ ମୂଲ୍ୟବୋଧ ଭିତ୍ତିକ ସେବା ଯୋଗାଇବା ପାଇଁ ସପଥପାଠ କରାଯାଇଥିଲା।
ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣାଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ।
Sign in
Sign in
Recover your password.
A password will be e-mailed to you.