ଭୁବନେଶ୍ୱର : କୃଷକମାନେ ମିଳିତ ଭାବେ କୃଷି କାର୍ଯ୍ୟ କରନ୍ତୁ । ଏକାଠି ଗୋଟିଏ ଉତ୍ପାଦ ଉପରେ କୃଷି ଅଧିକ ଫଳପ୍ରଦ ହେବ ଏବଂ ସେମାନଙ୍କର ଉତ୍ପାଦ ମଧ୍ୟ ଠିକ୍ ମୂଲ୍ୟରେ ଅଧିକ ଆକାରରେ ବିକି୍ର ହୋଇପାରିବ ବୋଲି କହିଛନ୍ତି ଓରିଗୋର କମୋଡିଟିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଉପାଧ୍ୟକ୍ଷ ଶ୍ରୀ କ୍ରିଷ୍ଣା ବୀର ସିଂ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବଦିଦ୍ୟାଳୟ ଲାଇଭଲିହୁଡ ଅଲଟରନେଟିଭ ଓ ସିଦ୍ଧ ଡେଭେଲପ୍ମେଂଟ ରିସର୍ଚ୍ଚ ଆଣ୍ଡ କନ୍ସଲ୍ଟାନ୍ସି ମିଳିତ ଆନୁକୂଲ୍ୟରେ ଆୟୋଜିତ କୃଷକ ସଚେତନତା କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ସିଂ କୃଷକମାନଙ୍କ ଉଦେ୍ଧଶ୍ୟରେ ଏହି ବକ୍ତବ୍ୟ ରଖିଛନ୍ତି ।
ଏହି କର୍ମଶାଳାର ଉଦ୍ଘାଟନୀ ସଭାରେ ସୋଆ ଇନଷ୍ଟିଟ୍ୟୁଟ ଅଫ୍ ଅଗ୍ରିକଲ୍ଚରାଲ୍ ସାଇନ୍ସେସର ଡିନ୍ ପ୍ରଫେସର ବିଜୟୟ କୁମାର ସାହୁ, ସ୍ନାତକୋତର ଡିନ୍ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ), ଡ.ପ୍ରିୟବ୍ରତ ପଟ୍ଟନାୟକ, ଲାଇଭଲିହୁଡ ଅଲଟରନେଟିଭର ଅଧ୍ୟକ୍ଷ ଶ୍ରୀ ସମ୍ବିତ ତ୍ରିପାଠୀ ଏବଂ ଏସଡିଆରସିର ଅଧ୍ୟକ୍ଷ ଶ୍ରୀ ରତ୍ନାକର ପାଣିଗ୍ରାହୀ ଯୋଗ ଦେଇଥିଲେ ।
ଶ୍ରୀ ସମ୍ବିତ ତ୍ରିପାଠୀ ସମସ୍ତଙ୍କ ପରିଚୟ ପ୍ରଦାନ କରିବା ସହିତ ଚାଷୀମାନଙ୍କୁ ସେମାନଙ୍କର କୃଷିଜାତ ଦ୍ରବ୍ୟର ସଠିକ୍ ମୂଲ୍ୟ ପାଇବା ପାଇଁ ବଜାରର ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ । ସଭାରେ ଚାଷୀଙ୍କୁ ଉପଯୁକ୍ତ ବଜାର ସହ ସଂଯୋଗୀକରଣର ମାଧ୍ୟମ ଉପରେ ଆଲୋକପାତ କରାଯିବା ସହ ଚାଷୀମାନଙ୍କର କୃଷି ସମ୍ବନ୍ଧୀୟ ସମସ୍ୟା ଉପରେ କୃଷି ମହାବିଦ୍ୟାଳୟର ବୈଜ୍ଞାନିକମାନେ ଆଲୋଚନା କରିଥିଲେ ।
ଏହି ସଭାର ଦ୍ୱିତୀୟାର୍ଦ୍ଧରେ ନାଫେଡର ଶାଖା ପ୍ରବନ୍ଧକ ଶ୍ରୀମତୀ ଭବ୍ୟା ଆନନ୍ଦ, ସହଭାଗୀ ବିକାଶ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରଧାନ ଯୋଗଦେଇ କୃଷକ ଉତ୍ପାଦକ ସଂଘର କାର୍ଯ୍ୟକାରିତା ଏବଂ ସଫଳତାର ଆଧାର ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଏହା ସହିତ ଇନ୍ଟେଲୋ ଲ୍ୟାବର କର୍ମକତାମାନେ ଚାଷୀମାନଙ୍କୁ କୃଷିରେ ପ୍ରୟୋଗ ହୋଇପାରୁଥିବା କୃତ୍ରିମ ବୁଦ୍ଧିମତା ବିଷୟରେ ଅବଗତ କରାଇଥିଲେ । କୃଷକମାନେ ସ୍ଥାନୀୟ ଅଂଚଳରେ ବ୍ୟବହାର କରାଯାଉଥିବା ପଦାର୍ଥ ଅଧିକ ଉତ୍ପାଦନ କଲେ ସେମାନଙ୍କର ରୋଜଗାର ବଢ଼ିବା ସହ ବଜାରର ଚାହିଦା ମଧ୍ୟ ମେଂଟାଇହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ ।
ଏହି ସଭାରେ ୫୦ରୁ ଉର୍ଦ୍ଧ୍ବ ଚାଷୀ ଓ କୃଷକ ଉତ୍ପାଦକ ସଂଘର ପରିଚାଳକ ମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି କର୍ମଶାଳାରେ କୃଷି ମହାହବିଦ୍ୟାଲୟର ସମସ୍ତ ବିଭାଗୀୟ ମୁଖ୍ୟ ଯଥା ଡ. ଜଗମୋହନଲାଲ ଗୁଲାଟି, ଡ. ଦୀନବନ୍ଧୁ ଜେନା, ଡ.ଅଜୟ ପଟ୍ଟନାୟକ, ଡ. ବିଜୟ କୁମାର ମିଶ୍ର, ଡ. କାର୍ତିକ ଚନ୍ଦ୍ର ସାହୁ, ଡ. ରବୀନ୍ଦ୍ର କୁମାର ରାଜ, ଡ. ହୃଦାନନ୍ଦ ଅତିବୁଦ୍ଧୀ, ଡ. ଶିଶିରକାନ୍ତ ବେହେରା, ଡ.ମନମୋହନ ଦଳବେହେରା, ଡ. ସୁରେନ୍ଦ୍ର ନାୟକ ଓ ଡ. ନିରଞ୍ଜନ ନାୟକ ଉପସ୍ଥିତ ଥିଲେ । କୃଷି ମହାବିଦ୍ୟାଳୟ ତରଫରୁ ଡ. ଶୁଭପ୍ରଦ ଦାଶ ଏବଂ ଡ. ଅଂଶୁମାନ ଜେନା ଓ ଲାଇଭଲିହୁଡ ଅଲଟରନେଟିଭ ତରଫରୁ ଶ୍ରୀ ସନ୍ଦୀପ ସାମଲ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post