ଭୁବନେଶ୍ୱର : ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଶ୍ରୀମତୀ ଜସ୍ମୀନ୍ ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି । ଶ୍ରୀମତି ପଣ୍ଡା ବିଶ୍ୱବିଦ୍ୟାଳୟର ପୂର୍ବତନ ଆସୋସିଏଟ୍ ପ୍ରଫେସର ତଥା ବର୍ତମାନ ଗୀତମ ୟୁନିଭର୍ସିଟିର ପ୍ରଫେସର ଡ. ଅଭିଷେକ ପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ସନ୍ଦର୍ଭ “ଡ୍ରଗ୍ ୟୁଟିଲାଇଜେସନ୍ ଷ୍ଟଡି ଆଣ୍ଡ ରିସେପ୍ଟର ବେସ୍ଡ ଡ୍ରଗ୍ ଡିଜାଇନ୍ ୱିଥ୍ ସିନ୍ଥେସିସ୍ ଆଣ୍ଡ ବାୟୋଲୋଜିକାଲ୍ ଇଭାଲୁଏସନ୍ ଅଫ୍ ଆଂଟିଡିପ୍ରେସାଂଟ ଫ୍ଲେଭାରଏଡ୍ସ” ଜାଜନ୍ ୟୁନିଭର୍ସିଟି, ସାଉଦି ଆରବିଆର ପ୍ରଫେସର ଡ. ଏସ୍ ଦୁର୍ଗାରମଣୀ ଏବଂ ଦିପସାର ୟୁନିଭର୍ସିଟି ନୂଆଦିଲ୍ଲୀର ପ୍ରଫେସର ଡ. ପ୍ରଭାତ କୁମାର ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି ।
ଡକ୍ଟର ଜସ୍ମୀନ୍ ପଣ୍ଡା ପୁରୀ ସିପସୁରବାଟି ନିବାସୀ ଅବସରପ୍ରାପ୍ତ ଆସିଷ୍ଟାଂଟ ଇଞ୍ଜିନିୟର, ଶ୍ରୀ ଶିବରାମ୍ ପଣ୍ଡା ଓ ଶ୍ରୀମତି ବିଷ୍ଣୁପ୍ରିୟା ପଣ୍ଡାଙ୍କ ଜ୍ୟେଷ୍ଠ କନ୍ୟା ଏବଂ ସର୍ବୋଦୟନଗର, ପୁରୀ ନିବାସୀ ଅବସର ପ୍ରାପ୍ତ ଅଗ୍ରିକଲ୍ଚରାଲ୍ ଅଫିସର ସ୍ୱର୍ଗତଃ ନୃସିଂହ ଚରଣ ପଟ୍ଟନାୟକ ଓ ଅବସର ପ୍ରାପ୍ତ ବିଏସ୍ଏନ୍ଏଲ୍ ଇଞ୍ଜିନିୟର ସ୍ୱର୍ଗତଃ ରଶ୍ମୀରେଖା ଦାସଙ୍କ କନିଷ୍ଠ ପୁତ୍ରବଧୁ ଅଟନ୍ତି । ଏହି ସଫଳତା ପାଇଁ ସେ ତାଙ୍କ ସ୍ୱାମୀ ଡ. ସୋଭନ୍ ପଟ୍ଟନାୟକ (ଆସୋସିଏଟ୍ ପ୍ରଫେସର, ଏସ୍ପିଏସ୍ ସୋଆ ୟୁନିଭର୍ସିଟି), ସାନ ଭାଇ ଶ୍ରୀ ବ୍ୟୋମକେଶ ପଣ୍ଡା (ଆସିଷ୍ଟାଂଟ ମ୍ୟାନେଜର, ଓଟିଡିସି, ପୁରୀ), ଦେଢ଼ଶୁର ଡ. ଗୁରୁଦତ ପଟ୍ଟନାୟକ (ଡିନ୍, ସିୟୁଟିଏମ୍ ୟୁନିଭର୍ସଟି, ଭୁବନେଶ୍ୱର), ଝିଅ ଶ୍ରେୟାଶି ତଥା ସମସ୍ତ ପରିବାର ବର୍ଗ ଓ ସୋଆର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post