ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

0 1

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୬ ଅକ୍ଟୋବରଠାରୁ ୧ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିର୍ବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟାବେଳେ ଦୁର୍ନୀତି ବିରୋଧୀ ଶପଥ ପାଠ କରାଯାଇଥିଲାା ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲୋ ସମସ୍ତ ଅଧିକାରୀ ଓ କର୍ମଚାରୀ ଉତ୍କୋଚ ନେବେ ନାହିଁ କି ଦେବେ ନାହିଁ ବୋଲି ଶପଥ ପାଠ କରିଥିଲୋ କୋଭିଡ୍ ମାର୍ଗଦର୍ଶିକା ଅନୁପାଳନ ମଧ୍ୟରେ ସମସ୍ତେ ମାସ୍କ ପରିଧାନ ସହିତ ସାମାଜିକ ଦୂରତା ରକ୍ଷା କରି ଶପଥ ପାଠ କରିଥିଲୋ
ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଦୁର୍ନୀତି ନିବାରଣର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲୋ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ବିଶ୍ୱଜିତ ଦାଶ, ସ୍ମିତା କର ଏବଂ ଡ. ଜ୍ୟୋତିର୍ମତି ସାମନ୍ତରାୟ ତଥା ବିଭାଗୀୟ ଅଧିକାରୀମାନେ ଶପଥ ପାଠ କରିଥିଲୋ ଶପଥ ପାଠ ପତ୍ର ଉପରେ ଉପସ୍ଥିତ ସମସ୍ତେ ନିଜ ନିଜର ସ୍ୱାକ୍ଷର ପ୍ରଦାନ କରିଥିଲୋ

Leave A Reply

Your email address will not be published.