ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଆଜି ତା 25,10,21ରିଖ ଦିନ ସିଆରପିଏଫ ବାଟାଲିୟନ 189 ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ବହୁ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି! ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡର ଲକ୍ଷବିନ୍ଦର ସିଂହ ଏବଂ D-189 ବାଟାଲିୟନର ଆସିଷ୍ଟାଣ୍ଡ କମାଣ୍ଡର ଓମ୍ ପ୍ରକାଶ ଯାଦବ କାର୍ଯ୍ୟକ୍ରମରେ ଯୋଗ ଦେଇ ଯବାନ ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଆଲୋକପାତ କରିଥିଲେ!ଏହି କାର୍ଯ୍ୟକ୍ରମରେ ସିଆରପିଏଫ ଦ୍ୱାରା ହରିଶଙ୍କର ମନ୍ଦିରର ଚାରିପଟେ ଜମି ରହିଥିବା ମଇଳା ଆବର୍ଜନା ସଫା କରିବା ସହିତ ମନ୍ଦିର ଭିତର ମଧ୍ୟ ସଫେଇ କରିଥିଲେ। ଏହି ମହତ ପୂର୍ଣ୍ଣ କାର୍ଯ୍ୟକ୍ରମରେ ସ୍ଥାନୀୟ ନାନ୍ଦୁପଲାର ଗ୍ରାମବାସୀ ଯୋଗ ଦେଇ ସହଯୋଗ କରିଥିଲେ! କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବାଟାଲିୟନ କମାଣ୍ଡର ଓମ୍ ପ୍ରକାଶ ଯାଦବ ସ୍ୱଚ୍ଛତାରେ ହିଁ ଈଶ୍ୱର ବସବାସ କରନ୍ତି ଆଉ ଆମେ ଆମ ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହିତ ଆଗମୀ ପିଢ଼ି ପାଇଁ ସ୍ୱଚ୍ଛତାକୁ ଗୁରୁତର ସହ ନେବାକୁ ପଡ଼ିବ! ଆଜିର ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ମନ୍ଦିର ପ୍ରବନ୍ଧକ ଶ୍ରୀ ଗୁପ୍ତେଶ୍ୱର,ସରପଞ୍ଚ ସୁରେଶ ପୂଜାରୀ ଏବଂ ଗ୍ରାମର ଅନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ!ସିଆରଏଫର ଏହି କାର୍ଯ୍ୟକୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି|
Sign in
Sign in
Recover your password.
A password will be e-mailed to you.
Prev Post