ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)କେବିକେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡକୁ କିଏବା ନଜାଣେ ଏକ ଦାଦନ ପ୍ରବଣ ଅଞ୍ଚଳ ବୋଲି ! ଅପର ପଟେ ସରକାର ବେଆଇନ ଦାଦନ ଶ୍ରମିକ ଚାଲାଣକୁ ରୋକିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଧେଶ ଜାରି କରିଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ସେମିତି କିଛିଟା ପ୍ରଭାବ ପଡିଲା ପରି ଲାଗୁନାହିଁ!ଏଇଥି ପାଇଁ ସ୍ୱୟଂ ପ୍ରଶାସନ ହିଁ ଦାୟୀ ବୋଲି ବୁଦ୍ଧିଜୀବୀଙ୍କ ଗହଣରେ ଅଭିଯୋଗ ଶୁଣିବାକୁ ମିଳୁଛି !ବର୍ତ୍ତମାନ ଦାଦନ ଚାଲାଣର ସମୟ ଚାଲି ଥିବାରୁ ଦାଦନ ଦଲାଲ୍ ମାନେ ଗାଁ ଗାଁ କୁ ଆସି ଦାଦନ ପରିବାର ମାନଙ୍କୁ ବାହାର ରାଜ୍ୟ ନେବାକୁ ଅଣ୍ଟା ଭିଡିଲେଣି।ସେହିପରି ଗତକାଲି ଅର୍ଥାତ ତା ୨୪/୧୦/୨୧ରିଖ ବିଲମ୍ବିତ ରାତିରେ ବେଲପଡା ପୋଲିସ ୧୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ୨ ଜଣ ଦଲାଲଙ୍କୁ ଗିରଫ କରିଥିବାର ଜଣାପଡ଼ିଛି। ଗତକାଲି ରାତିରେ ଲୋଇସିଂହା ଥାନା ଅଞ୍ଚଳରୁ ଦାଦନ ଶ୍ରମିକ ମାନଙ୍କୁ ଆଣି ବେଲପଡା ଥାନା ବେହେରାମୁଣ୍ଡା ଗାଁର ଧର୍ମେନ୍ଦ୍ର ରାଉତ ଦାଦନ ଚାଲାଣ କରୁଥିବା ବେଳେ ଦର୍ହୋମୁଣ୍ଡା ଜଙ୍ଗଲ ନିକଟରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହିତ ସର୍ଦ୍ଦାର ଓ ଦର୍ଲିମୁଣ୍ଡା ଗ୍ରାମର ଅଶୋକ ସାହୁକୁ ଗିରଫ କରି ଥାନାକୁ ଆଣିଥିଲେ। ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ୭ଜଣ ପୁରୁଷ ଓ ୨ ଜଣ ଶିଶୁ ଥିଲେ!ଏନେଇ ଥାନା କେଶ ନଂ-୨୨୯/୨୧ ରେ ଏକ ମାମଲା ରୁଜୁକରି ସୋମବାର କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି।ତେବେ ଏଠି ଅତି ହାସ୍ୟାସ୍ପଦ ବିଷୟଟି ହେଲା, “ଛୋଟ ଛୋଟ ପିମ୍ପୁଡ଼ି ମାନଙ୍କୁ ଧରି”ଦେଇ ବେଲପଡା ପୋଲିସ ନିଜକୁ ବାହୋସ୍ପଟ ମାରୁଥିବା ବେଳେ କଣ୍ଟାବାଞ୍ଜି ଅଞ୍ଚଳର ବଡ଼ ବଡ଼ ଦାଦନ ଦଲାଲ୍ ବେଲପଡା ଥାନା ଅଞ୍ଚଳରୁ ଅବାଧରେ ଦାଦନ ଶ୍ରମିକ ନେଉଥିବାର ଜନସାଧାରଣରେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ହେବା ସହ ପୋଲିସର ପରିବା ପଣିଆକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି!ଅତଏବ, ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷପାତ ନକରି ଦୁଃସାହସ ପ୍ରଦର୍ଶନ ପୂର୍ବକ ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିବା ଦଲାଲଙ୍କ ପ୍ରତି ଉପଯୁକ୍ତ ଦୃଷ୍ଟାନ୍ତ ମୂଳକ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ କିଛିଟା ସୁଫଳ ମିଳିପାରନ୍ତା ବୋଲି ସର୍ବ ସାଧାରଣରେ ମତ ପ୍ରକଶ ପାଉଛି !ସୂଚନା ଯୋଗ୍ୟକି,ବେଲପଡ଼ାର କିଛି ହାତ ଗଣତି ଦାଦନ ସର୍ଦ୍ଦାରଙ୍କର କୁଆଡ଼େ ଶାସକ ଦଳର ବିଧାୟକଙ୍କ ସହିତ କ୍ଷୀର ନୀର ତଥା ମାଣିକଞ୍ଚନ ସମ୍ପର୍କ ଥିବାରୁ ନା ସର୍ଦ୍ଦାର ମାନେ କାହାକୁ ଖାତିର କରୁଛନ୍ତି ନା ନିୟୋଜିତ ଦଲାଲ କାହାକୁ ଭୟ କରୁଛି! ସେହିପରି ପୋଲିସ ମଧ୍ୟ ଏମାନଙ୍କ ବିରୁଦ୍ଧରେ କଣ କରିବେ ସେନେଇ ହରଡ଼ ଘନାରେ ପଡ଼ିଛି!ଯାହାର ଏକ ନ୍ୟୁଜ ଆଗକୁ ପ୍ରକାଶ ପାଇବାକୁ ଯାଇଛି|
Sign in
Sign in
Recover your password.
A password will be e-mailed to you.
Prev Post