ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ବିଦ୍ୟୁତ ସଟ ସାର୍କିଟ ରୁ ଅଘଟଣ। ଅକାଳରେ ଚାଲିଗଲା ଜୀବନ। ଏପରି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ସରସ୍ୱତୀ ଶିଶୁମନ୍ଦିର ନିକଟରେ ଥିବା ଶବର ବିହାର କଲେନିରେ।ସୂଚନା ମୁତାବକ ପୁଟାସିଂଥାନା ସଗଡା ପଞ୍ଚାୟତ ଗୁଡାଡା ଗ୍ରାମର କାନୁ ରାଇକା ଙ୍କ ଏକ ମାତ୍ର ପୁଅ ନାମନୁସେନ ରାଇକା ଏହି ଶବର କଲୋନିରେ ରହି କାଶୀନଗର କଲେଜ ରେ ଯୁକ୍ତ ଦୁଇ କଳାରେ ରେ ପଢୁଥିଲେ। ପଡିସାଘରୁ ଏକ ବିଦ୍ୟୁତ ତାର ଟାଣି ବିଦ୍ୟୁତ ବ୍ୟବହାର କରୁଥିଲେ। ଆଜି ସକାଳେ ନିତ୍ୟକର୍ମ ସାରିବାପରେ ବିଦ୍ୟୁତ ତାର ସଜାଡୁଥିବା ସମୟରେ ବିଦ୍ୟୁତ ସର୍ଟ ସାର୍କିଟ ହେବା ହେତୁ ସେଠାରେ ଅଚେତ ଅବସ୍ଥାରେ ପଡିରହିଥିଲେ। କିଛି ସମୟପରେ ସେଠାକାର ଏକ ବ୍ୟକ୍ତି କୌଣସି କାରଣରୁ ତାଙ୍କ ଘରକୁ ଯାଇଥିଲେ । ଛାତ୍ରଟି ଶୋଚନୀୟ ଅବସ୍ଥାରେ ପଡିରହିଥିବା ଦେଖି କଲୋନୀ ବାସୀଙ୍କୁ ଜଣାଇବାପରେ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ | ପରେ ଅଗ୍ନିଶମ ବାହୀନିଆସି ଗୁଣୁପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ।ଏହି ଘଟଣା ଶୁଣି ପୂର୍ବତନ ଜିଲାପରିଷଦ ସଭ୍ୟ ବିଜୟ ଗମାଙ୍ଗ ଯାଇ ମୃତ ଛାତ୍ରଙ୍କ ପିତା ମାତାଙ୍କୁ ଭେଟି ଦୁଖପ୍ରକାଶ କରିବାସହ ସାନ୍ତନା ଦେଇଥିଲେ। ଶବ ବ୍ୟବଛେଦ ପରେ ଘରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ଏହି ଘଟଣା ଶବର କଲୋନିର ଲୋକମାନଙ୍କୁ ଭୟଭୀତ କରିଛି। କାରଣ ବିଦ୍ୟୁତ ବିଭାଗର ଅଣଦେଖା ଯୋଗୁ ଆଜି ଏହି ବାଳକର ଜୀବନ ଯାଇଛି।ଏହି ସାହିରେ ଅଧିକାଂଶ ଘର ପଡିସାଘରୁ ଏକତାର ଟାଣି କରେଣ୍ଟ ବ୍ୟବହାର କରିଥାନ୍ତି ଏବଂ ବିଦ୍ୟୁତ ଖୁଣ୍ଟଗୁଡିକରୁ ତଳୁଆ ହୋଇ ତାର ଟଣାଯାଇ ଘର ଗୁଡାକୁ ସଂଯୋଗ ହୋଇଥିବା ଦେଖିବାକୁ ମିଳିଛ। କେତେବେଳେ ଅଘଟଣ ଘଟିବ ତାହା କହିବା ମୁସ୍କିଲ।
Sign in
Sign in
Recover your password.
A password will be e-mailed to you.
Next Post