ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ କୋଭିଡ କଟକଣା ମଧ୍ୟରେ ଦେବୀ ସୁନାଦେଈଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆୟୋଜିତ ହୋଇ ଯାଇଛି ।ଦେବୀଙ୍କ ଛତର ଗାଁ ପରିକ୍ରମା କରି ଥିଲା ।ଲିଙ୍ଗ ଗୁଡି ଠାରେ ଦେବୀଙ୍କ ବାର୍ଷିକ ହିସାବ ନିକାସ ହୋଇଥିଲା। ଏହି ଯାତ୍ରା ପାଇଁ ୨୪ ଗୋଟି ଟିକରି ଗ୍ରାମରୁ ଅଧିବାସୀ ମାନେ ଆସି ନିଜର ମନସ୍କାମନା କରିଥାନ୍ତି। ପବିତ୍ର କୁଆଁର ପୂର୍ଣ୍ଣମୀ ଦିନ ସୁନାଦେଇ ଙ୍କ ଛତର ନଗର ପରିକ୍ରମା କରିଥାଏ। ପ୍ରତ୍ୟେକ୍ଷ ଦେବୀ ରୂପେ ସୁନାଦେଇ ପୂଜାପାଉଛନ୍ତି। ସୁନାବେଡା ଅଭୟାରଣ୍ୟ ସତରେ ଏକ ସହର ପରି ଲାଗିଥାଏ।କିନ୍ତୁ ଚଳିତ ବର୍ଷ ଦେବୀଙ୍କ ଯାତ୍ର ରେ କଟକଣା ସତ୍ଵେ ପାଳିତ ହୋଇଯାଇଅଛି।
Sign in
Sign in
Recover your password.
A password will be e-mailed to you.