ବନ ବିଭାଗ ର ଚଢ଼ାଉ:କାଠ ମାଫିଆ ମାନଙ୍କ ମଧ୍ୟରେ ଭୟର ବାତାବରଣ

0

ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା କୁସୁମ ଗାଡିଆ ନିକଟରେ ଗୁମୀ ଫରେଷ୍ଟର ବନମାଳୀ ରାଉତ ଚଢ଼ାଉ କରି ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ ଗାଡ଼ି ସହିତ ଶାଗୁଆନ ପଟା ଜବତ କରିଥିଲେ ।ସୂଚନା ଅନୁଯାୟୀ କୁସୁମ ଗାଡିଆ ନିକଟରୁ ଶାଗୁଆନ ପଟା ଚାଲାଣ ହେଉଥିବା ବେଳେ ଗୁମୀ ଫରେଷ୍ଟର ବନମାଳୀ ରାଉତ ଚଢ଼ାଉ କରି ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ ଗାଡ଼ି ( ଓ ଆର୍ ୨୫ ସି ୫୮୩୦) ସହିତ ୭ ଟି ଶାଗୁଆନ ପଟା ଜବତ କରିଥିଲେ।ଯାହାର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଫରେଷ୍ଟର ଶ୍ରୀ ରାଉତ କହିଥିଲେ। ଚଢ଼ାଉ ସମୟରେ କାଠ ମାଫିଆ ଭୟରେ ସ୍ଥାନ ଛାଡ଼ି ଚାଲିଯାଇଥିଲା।ଫରେଷ୍ଟର ବନମାଳୀ ରାଉତ ଙ୍କ ଘନ ଘନ ଚଢ଼ାଉ ଫଳରେ କାଠ ମାଫିଆ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି।

Leave A Reply

Your email address will not be published.