ପ୍ରଶାସନିକ ନିରବତା ପାଇଁ ଆମରଣ ଅନଶନ ଚେତାବନୀ ।

0

କେର୍ମେଲାବାହାଲ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଘଟଣା ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରାଯାଇଥିଲା । ପ୍ରକୃତ ହିତାଧିକାରୀ ମାନଙ୍କୁ ଘର ନଦେଇ ଅଯୋଗ୍ୟଙ୍କୁ ଘର ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ସେପ୍ଟେମ୍ବର ୭ ତାରିଖରେ ଉକ୍ତ ଗ୍ରାମର ଝସକେତନ ସାହୁ, ଯାଦବ ସାହୁ, ବିଶାଖା ସାହୁ, ଜୟଦେବ ସାହୁ, ଦୁର୍ଯ୍ୟୋଧନ ସାହୁ, ବିଶ୍ଵାମିତ୍ର ସାହୁ, ସୁରେନ୍ଦ୍ର ସାହୁ ପ୍ରମୁଖ ବ୍ଳକ କାର୍ଯାଳୟ ସମ୍ମୁଖରେ ଅନଶନ କରିଥିଲେ। ଘଟଣାର ଉପଯୁକ୍ତ ତଦନ୍ତ କରି ପ୍ରକୃତ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆଯାଉ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦେବା ପରେ ଅନଶନକାରୀ ମାନେ ଧାରଣାରୁ ଉଠିଥିଲେ। କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଲେ ପୁଣି ଆମରଣ ଅନଶନ କରିବାକୁ ବାଧ୍ୟ ହେବୁ ବୋଲି ଅଭିଯୋଗକାରୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.