ନୂଆପଡ଼ାରୁ ଯଶୋବନ୍ତ କୁମାର: ଗାଁ କୁ ସମ୍ମାନ, ମାଁ ଙ୍କୁ ସମ୍ମାନ ନାରାବାଜିରେ ରହି ଯାଉଛି ହେଲେ ବେଆଇନ ମଦ କାରବାରରେ ଅସୁରକ୍ଷିତ ମହିଳା ଏବଂ କଳୁଷିତ ହୋଇଯାଉଛି ଗ୍ରାମର ପରିବେଶ l ନିୟମାନୁଯାୟୀ କେବଳ ଭାଟିରେ ମଦ ବିକ୍ରି ହେବ, କିନ୍ତୁ ଅବକାରୀ ବିଭାଗ ଓ ଭାଟି ମାଲିକଙ୍କ ମୁନାଫା ପାଇଁ ଗାଁ ଗାଁ ରେ ମଦ କୋଠି, ମଦର ବନ୍ୟାରେ ଉବୁଟୁବୁ ଯୁବଗୋଷ୍ଠୀ ଏବଂ ବୃଦ୍ଧା l ଏହାର ବିରୋଧରେ ତେଜୁଛି ମହିଳାଙ୍କ ଅସନ୍ତୋଷ।ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଘରଧରା ଗ୍ରାମରେ ଦେଖିବାକୁ ମିଳିଥିଲା ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନ।ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ଗାଁ ଠାରୁ ଭାଟି ପର୍ଯ୍ୟନ୍ତ ଡାକରା ଦେଇଥିଲେ ମଦ ବିରୋଧୀ ଆନ୍ଦୋଳନ l ସେମାନଙ୍କ ଅଭିଯୋଗ ହେଉଛିକି ଗାଁରେ ଯେହେତୁ ସାତଟି ମଦକୋଠି ରହିଛି, ଯାହାଫଳରେ ଘରର ପୁରୁଷ ଲୋକ ମଦ ପିଇ ଟଙ୍କା ପଇସା ସାରି ଦେଉଥିବା ବେଳେ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି।ତେଣୁ ସବୁବେଳେ ଅଶାନ୍ତି ପରିବେଶ ଲାଗି ରହୁଛି।ଏଣୁ ଗ୍ରାମର ସବୁ କୋଠି ବନ୍ଦ କରିବାକୁ କୁଲିଗାଁ ଭାଟିର ମ୍ୟାନେଜରଙ୍କୁ ମହିଳା ମାନେ କୋଠି ବନ୍ଦ କରିବାପାଇଁ ଲିଖିତ ସ୍ଵାକ୍ଷର ମାଗିଥିଲେ ।ଏଣୁ ଏଇବିଷୟରେ ଭାଟି ମେନେଜରଙ୍କୁ ପଚାରି ବୁଝିବାରୁ ଯିଏ ମଦ ପିଇବ ଭାଟିରେ ପିଇବ,ଗାଁ ରେ ମଦ ଦିଆଯିବ ନାହିଁ ଏବଂ ଗାଁ ରେ କୋଠି ବନ୍ଦ କରି ଦିଆଯିବ ବୋଲି ଭାଟି ମ୍ୟାନେଜର ସମସ୍ତଙ୍କ ସାମ୍ନାରେ କହିଛନ୍ତି। ଭାଟି ମେନେଜରଙ୍କୁ ବିଶ୍ୱାସ କରି ଆନ୍ଦୋଳନକୁ ସମାପନ କରିଥିଲେ l ଏବଂ ଆଗାମି ଦିନରେ ଯଦି ଆଇନ ବିରୋଧରେ ମଦ ଦିଅନ୍ତି ତାହେଲେ ରାଜ ରାସ୍ତାକୁ ଓଲ୍ଲାଇବା ସହ ଭାଟିକୁ ଜାଳିପୋଡି ପାଉଁଶ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.