ପଦ୍ମପୁର(ଶାସକ ପ୍ରଶାସକ)-ନାହିଁ ନାହିଁ ରେ ଚାଲିଛି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାର ସ୍ବାସ୍ଥ୍ୟ ସେବା, ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁର ବିଜେପି ର ଏକ ପ୍ରତନିଧି ଦଳ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଦୀର୍ଘ ଦୁଇ ଘଣ୍ଟା କାଳ ଘେରିଥିଲେ, ଦୀର୍ଘ ଦିନ ହେଲା ଏକ୍ସରେ ଟେକନିସିଆନ୍ ନ ଥିବା ଦ୍ଵାରା ଏକ୍ସରେ ରୁମ୍ ରେ ତାଲା ଝୁଲୁଛି,ଏହା ଦ୍ବାରା ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀ ମାନେ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି, ପୂର୍ବରୁ ଚେତାବନୀ ଦେଇଥିବା ସତ୍ତ୍ବେ ଟେକନିସିଆନ୍ ଯୋଗ ନ ଦେଇଥିବାରୁ ପ୍ରତିନିଧି ଦଳ ଦାବି କରିଥିଲେ ଯେପର୍ଯ୍ୟନ୍ତ ଏକ୍ସରେ ଟେକନିସିଆନ୍ ଯୋଗ ନ ଦେଇଛନ୍ତି ଆମେ ଅଫିସ୍ ଛାଡ଼ିବୁ ନାହିଁ ବୋଲି, ଉପଖଣ୍ଡ ଚିକିତ୍ସାଧିକାରୀ ଅନୁରୋଧ କରିବା ସତ୍ତ୍ବେ ପ୍ରତିନିଧି ଦଳ ନିଜ ଜିଦ୍ ରେ ଅଟଳ ରହିଥିଲେ, ତାପରେ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀଯୁକ୍ତ ତହସିଲ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ଫୋନ୍ ରେ ଯୋଗାଯୋଗ କରିଥିଲେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଚିନ୍ମୟ କୁମାର ପଣ୍ଡାଙ୍କ ସହ କଥା ହେଇ ଆଗାମୀ ୨୧ ତାରିଖ ସୁଦ୍ଧା ପଦ୍ମପୁର ଡାକ୍ତରଖାନାରେ ଏକ୍ସରେ ଟେକନିସିଆନ୍ ଯୋଗ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ସାଂସଦ ପ୍ରତିନିଧି ଙ୍କୁ ଅନୁରୋଧ କରିଥିଲେ ଆଉ ତିନି ଦିନ ଅପେକ୍ଷା କରିବା ପାଇଁ, ଅଧିକାରୀ ମାନଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ପ୍ରତିନିଧି ଦଳ ନିଜ ଜିଦ୍ ରୁ ଓହରିଥିଲେ ଏବଂ ଆଗାମୀ ୨୨ ତାରିଖ ସୁଦ୍ଧା ଯଦି ଏକ୍ସରେ ଟେକନିସିଆନ୍ ଯୋଗ ନ ଦିଅନ୍ତି ତାହେଲେ ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ଚେତାବନୀ ଦେଇଥିଲେ, ଆଲୋଚନା ସମୟରେ ଉପଖଣ୍ଡ ଚିକିତ୍ସାଧିକାରୀ ପଦ୍ମପୁର ଡାକ୍ତରଖାନାରେ ଅନେକ ସମସ୍ୟା ରହିଥିବା କହିଥିଲେ, ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର, କର୍ମଚାରୀ ଅଭାବ, MCH କୋଠାର ଲିଫ୍ଟ ଚାଲୁ ନ ଥିବା କହିଥିଲେ, ଏମିତି ଅନେକ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ବିଜେପି ପ୍ରତିନିଧି ଦଳ ମଧ୍ୟ ପ୍ରୟାସ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ,ଏ ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା ତଥା ନଗର ଉପସଭାପତି ଡାକ୍ତର ନାରାୟଣ ପୁରୋହିତ,ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ଟାଣୁଆ ନେତା ନିରୋଜ ଦାସ ଏବଂ ପଦ୍ମପୁର ଏନଏସି ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଥିଲେ।
Sign in
Sign in
Recover your password.
A password will be e-mailed to you.