ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ : ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ ଗତ 3 ତାରିଖ ରେ ଆନ୍ଦୋଳନରତ କୃଷକ ମାନଙ୍କ ଉପରେ ଗାଡି ଚଢାଇ ହତ୍ୟାକରିଥିବା ଆଶିଷ ମିଶ୍ରା ଙ୍କ ପିତା ମୁଖ୍ୟ ଷଡଯନ୍ତ୍ରକାରି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବିରେ ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସ, ସି ଆଇ ଟି ୟୁ, ଆଇ ଏନ ଟି ୟୁ ସି କଂଗ୍ରେସ ଓ ସି ପି ଏମ ପକ୍ଷରୁ ମିଳିତ ଭାବେ ଗୋପବନ୍ଧୁ ଛକ ଠାରେ ଏକତ୍ରିତ ହୋଇ ଏକ ବର୍ଣଢ଼ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ରେଲୱେ ଷ୍ଟେସନ ସମ୍ମୁଖରେ ପହଞ୍ଚି ସେଠାରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା!ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ,ବ୍ୟାସନଗର କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ମଲ୍ଲିକ, ହୃଦାନନ୍ଦ ସାମଲ, ପ୍ରଭାତ ମହାପାତ୍ର, ତପନ ନାୟକ, ପରମାନନ୍ଦ ସେଠୀ, ନୃସିଂହ ପହି, ପଦ୍ମନାଭ ନାୟକ, ଅନୁପ ନାୟକ, ନାରାୟଣ ଚନ୍ଦ୍ର ନାୟକ,ପ୍ରଫୁଲ୍ଲ ପାତ୍ର ସି ଆଇ ଟି ୟୁ ର ଲାଲ ମଣି ମୁଣ୍ଡା, ଦିଲ୍ଲୀପ କୁମାର ଦାସ, ସନ୍ତୋଷ ବରାଳ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଅଜୟ ଦାସ, ଜେମାମଣୀ କୂଅଁର, ସୁନିତା ଦାସ, ନିରଞ୍ଜନ ନାୟକ, ଶ୍ୟାମସୁନ୍ଦର ଜେନା, ବିଦ୍ୟାଧର ଜେନା,ଭରତ ଓଝା, ସଞ୍ଜୟ କୁମାର ଜେନା, ଗୋଲଖ ମଳିକ, ସି ପି ଏମ ର ବେବିନା ଜେନା, ସୁରେଶ ବାରିକ, ସୀତା ସୋରେନ କୁନି ହେମ୍ବ୍ରମ, ବାବୁରାମ ଟୁଡୁ, କରମା ମୁର୍ମୁ, ଗୋପାଳ ଟୁଡୁ ପ୍ରମୁଖ କେନ୍ଦ୍ର ବି ଜେ ପି ସରକାର ବେଆଇନ ଭାବେ ପାରିତ କରିଥିବା ୩ ଗୋଟି କୃଷି ବିଲ କୁ ନେଇ ଦେଶରେ ଅରାଜକତା ସୃଷ୍ଟି କରିବା ସହିତ ଆଦାନୀ ଅମ୍ବାନୀ ଙ୍କ ରକ୍ଷା କବଚ ସାଜି ଦେଶରେ ଦର ଦାମ ବୃଦ୍ଧି, ବେକାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡିକୁ ଘରୋଇ କମ୍ପାନୀ ମାନଙ୍କ ହାତରେ ଟେକି ଦେବା ଏବଂ ସର୍ବୋପରି ସେନାବାହିନୀ,41ଗୋଟି ଗୋଳାବାରୁଦ କାରଖାନା କୁ ଘରୋଇ କମ୍ପାନୀ ମାନଙ୍କୁ ଟେକି ଦେଇ ଦେଶର ଅର୍ଥନୀତି କୁ ଦେବାଳିଆ କରିବା ସହିତ 162 ଲକ୍ଷ କୋଟି ଟଙ୍କା ଋଣ କରି ଦେଶର ଭବିଷ୍ୟତ କୁ ଅନ୍ଧକାର ମଧ୍ୟକୁ ଠେଲିଦେବା ଘଟଣା କୁ ତୀବ୍ର ସମାଲୋଚନା ଓ ନିନ୍ଦା କରିଥିଲେ, ତତ ସହିତ ଆନ୍ଦୋଳନକାରୀ କୃଷକ ମାନଙ୍କ ଗାଡି ଚଢାଇ ହତ୍ୟାକରିଥିବା ର ମୁଖ୍ୟ ଷଡଯନ୍ତ୍ରକାରୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଙ୍କୁ ବହିଷ୍କାର ଓ ଗିରଫ ଦାବିରେ କର୍ମୀମାନେ ଷ୍ଟେସନ ମଧ୍ୟକୁ ପ୍ରବେଶ କରୀ ରେଳ ରୋକ କରିବା ସହିତ ଷ୍ଟେସନ ମଧ୍ୟରେ ରାଜଧାନୀ ଏକ୍ସପ୍ରେସ ଅଟକି ରହିଥିଲା!
Sign in
Sign in
Recover your password.
A password will be e-mailed to you.