ନେହେରୁ ଯୁବ କେନ୍ଦ୍ର ଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ପକ୍ଷରୁ ସ୍ବଚ୍ଛତା ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନ

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନେହେରୁ ଯୁବ କେନ୍ଦ୍ର ଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ପକ୍ଷରୁ ସ୍ବଚ୍ଛତା ଭାରତ ଏବଂ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନର ଆହ୍ବାନ ଦେଇଛନ୍ତି। ବୋଡେ଼ନ ବ୍ଲକ ମାଝିପଡା ଗ୍ରାମ ରେ ଏହି ଉପଲକ୍ଷେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି | ରୋକାଲ ଗ୍ରାମର ସରପଞ୍ଚ ଶ୍ରୀମତୀ ମିନତି କାଣ୍ଡି , ବ୍ଲକ ସମ୍ପ୍ରସାରଣ ଅଧିକାରୀ ଦୟାନନ୍ଦ ମେହେର, ରୋକାଲ ଗ୍ରାମ ର ସମସ୍ତ ଅଙ୍ଗନୱାଡି କର୍ମୀ , ରୋକାଲ ଗ୍ରାମ ସ୍ୱଚ୍ଛ ଭାରତ ସ୍ୱଚ୍ଛାସେଵୀ, ସମସ୍ତ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ନେହେରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ଅଞଲି ଶବର, ଇଶ୍ୱର ମାଝୀଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ର ସମସ୍ତ ସଦସ୍ୟ ଯୋଗଦେଇଥିଲେ। ସଫେଇ କାର୍ଯ୍ୟ ଜୀଵନର ଏକ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.