ଡୁଆଝର ଏବଂ ଢଙ୍କସର ଗ୍ରାମକୁ ସଂଯୋଗୀକରଣ ନେଇ ବ୍ରିଜ ପାଖରୁ ସଡ଼କ ନିର୍ମାଣ ପାଇଁ ଦାବୀ

0

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଡୁଆଝର ଏବଂ ଢଙ୍କସର ଗ୍ରାମକୁ ସଂଯୋଗୀକରଣ ନେଇ ବ୍ରିଜ ପାଖରୁ ସଡ଼କ ନିର୍ମାଣ ପାଇଁ ଦାବୀ ଦୀର୍ଘ ବର୍ଷରୁ କରି ଆସୁଥିବା ବେଳେ ଏହା ତୁରନ୍ତ ନିର୍ମାଣ ନେଇ ସମାଜସେବୀ ଅକ୍ଷୟ ନନ୍ଦ, ଜିତୁ କୁମ୍ଭାର ଓ ସ୍ଥାନୀୟ ନେତୃବୃନ୍ଦ ଏବଂ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତାର ସମାଧାନ ପାଇଁ ଦାବୀ କରିଥିଲେ। ଦୀର୍ଘ ୧୦ ବର୍ଷ ପୂର୍ବେବିଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨ ଜଣ ବ୍ୟକ୍ତିଙ୍କ ଜମି କ୍ଷତିପୂରଣ ରାଶି ପ୍ରଦାନ ହୋଇନାହିଁ। ବାରମ୍ବାର ଜିଲ୍ଲା ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀଙ୍କ ଦ୍ବାରସ୍ତ ହୋଇଥିଲେ ମଧ୍ୟ ତାର ସୁଫଳ ମିଳିବିପରିନାହିଁ। ଗତକାଲି ବିଭାଗୀୟ ଅଧିକାରୀ ସହ ସ୍ଥାନୀୟ ନେତୃବୃନ୍ଦ ଯୋଗ ଦେଇ ଜମି ଟଙ୍କା ପାଇଥିବା ବ୍ୟକ୍ତି ଏବଂ ଦୁଇ କ୍ଷତିପୂରଣ ପାଇନଥିବା ବ୍ୟକ୍ତିଙ୍କୁ ନେଇ ଆଲୋଚନା ହୋଇଅଛି। ଜିଲ୍ଲାପାଳ ଏହି ସଡକ ନିର୍ମାଣ ପାଇଁ ଗୁରୁତ୍ବ ଦେବା ଅଵଶ୍ୟକ ଅଟେ।ଏହି ସଡ଼କ ନିର୍ମାଣ ନହେବା କାରଣରୁ ଚାରି ଚକିଆ ଯାନ ବାହାନ, ଏମ୍ବୁଲେନ୍ସ ସେବା ପହଞ୍ଚି ପାରୁନାହିଁ। ଗ୍ରାମବାସୀମାନେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହେଉଛନ୍ତି।ଦୁଇ ଜଣ ବ୍ୟକ୍ତିଙ୍କ କ୍ଷତିପୂରଣ ରାଶି ପ୍ରଦାନ କରି ସଡ଼କ ନିର୍ମାଣ ପାଇଁ ଆହ୍ବାନ କରିଛନ୍ତି। ଯଥା ଶୀଘ୍ର ନିର୍ମାଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ।

Leave A Reply

Your email address will not be published.