ପଦ୍ମପୁର(ଶାସକପ୍ରଶାସକ)-ଗତ ରବିବାର ଦିନ ବିଜେପୁର୍ ବ୍ଳକ୍ ଖରମୁଣ୍ଡା ଗ୍ରାମର ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ସତସଙ୍ଗ୍ ମଣ୍ଡଳୀ, ଖରମୁଣ୍ଡା ଆନୁକୂଲ୍ୟରେ ତୁଳା ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବିଜେପୁର୍ ବିଧାୟିକା ରୀତା ସାହୁ , ମୂଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ହଳଧର ନାଗ୍, ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ସଭାପତି ସର୍ଜନ ଚିର୍ଗୁଣ , ବିଜେଡି ମହିଳା ଜିଲ୍ଲା ସୋସିଆଲ୍ ମିଡ଼ିଆ ସମ୍ପାଦିକା ରଶ୍ମିତା ମେହେର, ଲକ୍ଷ୍ମୀ ଧର ବେହେରା , ସତସଙ୍ଗ ମଣ୍ଡଳୀ ସଭାପତି ଶ୍ରୀପତି ବିଶ୍ବାଲ , ସମ୍ପାଦକ ଗୌତମ ଗଡତିଆ, ଦୁର୍ଯ୍ୟୋଧନ ଡନସନା, ବିଷ୍ଣୁ ମହାପାତ୍ର, ପଞ୍ଚାନନ୍ ପଧାନ, ଦିଲ୍ଲୀପ ପଧାନ ଓ ଲାଲୁ ବରିହା ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.