ଓବିସି ମଞ୍ଚ ପକ୍ଷରୁ ନୂଆପଡା ବନ୍ଦ ପାଳିତ, ଶାନ୍ତିପୂର୍ଣ୍ଣ ବନ୍ଦ, ଜିଲ୍ଲାର ୫ ବ୍ଲକ ଏବଂ ୩ ଏନଏସି ରେ ବନ୍ଦ ସଫଳ

0

ନୂଆପଡ଼ା ରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ସମ୍ପୂର୍ଣ୍ଣ  ଜିଲ୍ଲା ବ୍ୟାପି ବନ୍ଦ ପାଳିତ ହୋଇଅଛି। ପଛୁଆ ବର୍ଗ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଏବଂ ପଞ୍ଚାୟତ ନିର୍ବାଚନରେ ୨୭% ସ୍ଥାନ ସଂରକ୍ଷଣ ଵ୍ୟଵସ୍ଥା ରହିଥିବା ନୂଆପଡା ଜିଲ୍ଲା ରେ ମାତ୍ର ୦୨.୦୮% ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଅଛି। ଜିଲ୍ଲାର ୧୩୧ ଗୋଟି ଗ୍ରାମପଂଚାୟତ ମଧ୍ୟରୁ ମାତ୍ର ୪ ଗୋଟି ଗ୍ରାମପଂଚୟତରେ ପଛୁଆ ବର୍ଗଙ୍କୁ ସ୍ଥାନ ସଂରକ୍ଷଣ ହୋଇଥିବା ଜଣାପଡିଅଛି।ପଛୁଆବର୍ଗ ଙ୍କ ପାଇଁ କମିଶନ ର ରିପୋର୍ଟ ଭିତ୍ତି କରି ସଂରକ୍ଷଣ ବ୍ୟବସ୍ଥା ପାଇଁ ସରକାରଙ୍କୁ ଆହ୍ବାନ କରିଛନ୍ତି। ଞ୍ଚେତ୍ବେହି ଆନ୍ଦୋଳନ ବିତାତ୍ ଆନ୍ଦୋଳନ ରେ ପରିଣତ ହେବ ବୋଲି ଓ ବି ସି ମଞ୍ଚ ପକ୍ଷରୁ ଚେତାବନୀ ଦେଇଛନ୍ତି। ଆଜି ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ଏନମ ତିନି ଗୋଟି ଏନଏସି ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣାପଡିଅଛି। ଏହି ବନ୍ଦରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସରକାରୀ ଅନୁଷ୍ଠାନ, ଘରୋଇ ପ୍ରତିଷ୍ଠାନ, କଲେଜ, ସ୍କୁଲ ମଧ୍ୟ ବନ୍ଦ ରହିଅଛି। ଜିଲ୍ଲା ଆବାହକ ବିରେନ୍ଦ୍ର ପ୍ରଧାନ, ଖଡ଼ିଆଳ ଆବାହକ ଜଗବନ୍ଧୁ ବାରିକ, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତିବ, ବିଜେପି ସାଧାରଣ ସମ୍ପାଦକ ରାତ୍ରନନ୍ଦ ମନହୀରା, ଶ୍ରମିକ ନେତା ଲାଲୁ ଦଣ୍ଡସେନା ଯୋଗ ଦେଇଥିଲେ।

 

Leave A Reply

Your email address will not be published.