ଖଡ଼ିଆଳ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ଵରୀ ଏବଂ ଗଡ଼ ରକ୍ଷକ ଦେବୀ ମାଁ ରକ୍ତମ୍ବରୀ ଙ୍କ ଖପର ଚୁପା ଯାତ୍ରା

0 1

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ରାଜପରିବାର ଶକ୍ତି ର ଉପାସକ ଥିବା ବେଳେ ରାଜଦରବାରଙ୍କୁ ଘେରି ରହିଛନ୍ତି ମାଁ ସମଲେଶ୍ଵରୀ ଏବଂ ମାଁ ରକ୍ତମ୍ବରୀ। ରାଜପ୍ରଶାଦ ମଧ୍ୟରେ ପୂଜାପାଉଛନ୍ତି ପାଟଖଣ୍ଡା। ଆଶ୍ଵିନ ମାସ ପବିତ୍ର ବିଜୟା ଦଶମୀ ତିଥିରେ ମାଁ ଛତର ଦେହର ବିରାଜମାନ ହୋଇ ନଗର ପରାକ୍ରମା କରିଥାନ୍ତି। ନଗର ପରିକ୍ରମା କରି ମନ୍ଦିର କୁ ପ୍ରବେଶ ପୂର୍ବରୁ ଅନୁଷ୍ଠିତ ହୋଇଥାଏ ଖପର ଚୁପା ଯାତ୍ରା। ଏହି ଯାତ୍ରା ପାଖାପାଖି ଅଞ୍ଚଳରେ ଦୁର୍ଲ୍ଲଭ ଅଟେ। ବର୍ଷ କୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ନୃତ୍ୟ ଗୀତ ଏବଂ କ୍ରୀଡା କୌତୁଳ ପ୍ରିୟ ଉଭୟ ମାଁ ଙ୍କ ଖପର ଚୁପା ଯାତ୍ରା ନେଇ ଶ୍ରଦ୍ଧାଳୁଙ୍କ ଅନେକ ଦୃଢ଼ ବିଶ୍ବାସ ରହିଅଛି। ଖଡ଼ିଆଲର ଯାତ୍ର ପାଳନ ନେଇ ସେବାୟତ ମାନେବନେକ ସତ୍ତର୍କତା ଅବଲମ୍ବନ କରିଥାନ୍ତି। ଦୁଇ ଗୋଟି ଦେବୀ ଦୁଇ ଗୋଟି ଛତ୍ରରେ ବିରାଜମାନ ହୋଇ ନଗର ପରିକ୍ରମା କରନ୍ତି।ତେଣୁ ଦେବୀଙ୍କ ଛତର ସମ୍ମୁଖ ରେ ଭେଟ ହେବା ଅସମ୍ବବ ଅଟେ। ପ୍ରଥମେ ରକ୍ତାମ୍ବରୀଙ୍କ ଖପର ଚୁପା ପରେ ସମଲେଶ୍ଵରୀଙ୍କ ଖପର ଚୁପା ଯାତ୍ରା ଅନୁଷ୍ଠିତ ହୁଏ। ଛତର ନୃତ୍ୟ ଗୀତ ଖେଳ କୌତୁହଳ କରି ସେବାୟତ ମାନେ ଖଣ୍ଡା ବାଡ଼ି ଖେଳିଥାନ୍ତି। ଛତର ଉପରେ ନୂତନ ଖପର  ତଳେ ପଡିଥାଏ। ଏହି ଖପର ସଂଗ୍ରହ ଲାଠିମାଡ଼ ଖାଇ ଖପର ନେଇ ଅତିଶୁଭଦାୟକ ।

Leave A Reply

Your email address will not be published.