ମୁରୁମ ମାଟି ଖନନ ବେଳେ ଅଘଟଣ, ମହିଳା ଜଣେ ମୃତ ଜଣେ ଗୁରୁତର

0 1

କଲ୍ୟାଣସିଂହପୁର/ପ୍ରଦିପ ଦଲାଇ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ଦୁଲୁଣି ଗୁଡା ଗାଁର ମହିଳା ମାନେ ମୁରୁମମାଟି ଖନନ ବେଳେ ଅଘଟଣ ଘଟିଛି ।ଏଥିରେ ତିଲେ କଞ୍ଜ।କା( ୨୮) ଙ୍କ ମୃତ ହୋଇଥିବା ବେଳେ ତୁର୍କୀ କାଡ୍ର।କା(୨୨)ଗୁରୁତ୍ୱ ର ହୋଇଥିବା ଦେଖିବାକୁମିଳିଛି ।ସୂଚନା ଅନୁଯାୟୀ ଆଜି ଦୁଲୁଣିଗୁଡା ଗ୍ରାମର କିଛି ମହିଳା ମାନେ ଗୋପାଳ ପୁର ଗାଁ ନିକଟ ରେ ମୁରୁମ ମାଟି ଖାଲୁଥିଲେ ।ସେହି ସମୟରେ ଉପର ମାଟି ହାଲୁକା ହୋଇଥିବାରୁ ଦୁଇ ଜଣ ମହିଳାଙ୍କ ଉପରେ ପଡିବାରୁ ପୋତି ହୋଇଯାଇଥିଲେ ।ନିକଟରେ ଥିବା ମହିଳା ମାନେ ଦେଖି ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ ।ଏହା ଗ୍ରାମ ବାସୀ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲେ ।ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସଙ୍ଗେ ସଙ୍ଗେ ୧୦୮କୁ ଯୋଗାଯୋଗ କରିଥିଲେ ।ଆହତ ଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁରଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ତିଲେ କଞ୍ଜ।କା (୨୮)ଙ୍କ ମୃତ୍ୟୁ ହୋଇଥିବା କହିଥିବା ବେଳେ ଅନ୍ୟ ଜଣେ ମହିଳା ତୁର୍କୀ କାଡ୍ର।କା( ୨୨)ଅବସ୍ଥା ଗୁରୁତର ହୋଇଥିବାରୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ ।ଉକ୍ତ ଖବର ସ୍ଥାନୀୟ ପୁଲିସ ଏସ ଆଇ ବିମଲ କହଁର ଜାଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣା ଉପରେ ବୁଝି ଶବ ଜବତ କରି ଅପମୃତ ମାମଲା ରୁଜୁ କରିଛନ୍ତି ।ଶବ ବ୍ୟବଚ୍ଛେଦ କରି ପରିବାରଙ୍କୁ ହସ୍ତାନ୍ତର କରାଜୀବ

Leave A Reply

Your email address will not be published.