ନୟାଗଡ଼(ବିଶ୍ୱଜିତ ନାୟକ) – ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଗୋଳାପୋଖରୀ ଗ୍ରାମ ନିକଟ ଜଙ୍ଗଲରେ ଦେଶୀ ମଦ ରନ୍ଧା ଯାଉଥିବା ନେଇ ଅବକାରୀ ବିଭାଗ କିଛିଦିନ ତଳେ ଖବର ପାଇଥିବା ବେଳେ କିଛି ଅଧିକାରୀ ଦଳ ବଳ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ସଲାସୁତୁରା ହୋଇ ରଫା ଦଫା କରି ଛାଡ଼ି ଆସିଥିବା ବେଳେ ଆଜି ବନବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଚଢ଼ାଉ କରାଯିବା ସହିତ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଛି । ନୟାଗଡ଼ ମୋବାଇଲ ଟିମ ଦ୍ଵାରା ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ଚଢାଉ କରାଯିବା ସହିତ ପୋଚ ନଷ୍ଟ କରାଯାଇଛି। ଆଗୁଆ ସୂଚନା ପାଇ ମଦ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ମଦ କାରବାରରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ବନବିଭାଗ ଗିରଫ କରିଥିବା ସୂଚନା ମିଳିଛି। ଶିଖରପୁର ପଞ୍ଚାୟତ ଅଧୀନ ବରପଲ୍ଲୀ ଗ୍ରାମର ପୀତବାସ ବେହେରା (୨୭)ଏକ ଏକ୍ସେଲ ଯୋଗେ ଦେଶୀମଦ ନେଇ ଯାଉଥିବା ବେଳେ ବନବିଭାଗ ଟିମ ତାକୁ କାବୁ କରିଥିଲା। ଫଳରେ ଅବକାରୀ ବିଭାଗ କର୍ମଚାରୀ ଏବେ ହରଣ ଘଣାରେ ପଡ଼ିଥିବା ଚର୍ଚ୍ଚା ହେଉଛି ।
Sign in
Sign in
Recover your password.
A password will be e-mailed to you.