ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ଆମ୍ବମୁଣ୍ଡା ଗ୍ରାମରେ ଏକ ବୃକ୍ଷରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ମହାମାରୀ କରୋନା କାଳରେ ରୋଗାକ୍ରାନ୍ତ ଜନ ସାଧାରଣଙ୍କୁ ଅମ୍ଳଜାନର ଅଭାବ ହେତୁ ବହୁ ପୀଡିତ ମୃତ୍ୟୁବରଣ କରିଥିଲେ | ଉପରୋକ୍ତ ସମସ୍ୟାକୁ ଦୃଷ୍ଟି ଆଗରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ବାନକ୍ରମେ ଆମମୁଣ୍ଡା ଗ୍ରାମର ସବୁଜସାଥ୍ ତରଫରୁ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପ୍ରତ୍ୟେକ ଘରରୁ ସଦସ୍ୟ ଓ ସଦସ୍ୟା ଯୋଗଦାନ କରି ଏହି ରୋପଣ ସମାରୋହକୁ ସାଫଲ୍ୟ ମଣ୍ଡିତ କରିଥିଲେ | ସମସ୍ତେ ଏକ ଶୋଭାଯାତ୍ରାରେ ସଭାସ୍ଥଳରୁ ଗ୍ରାମ ପରିକ୍ରମା କରି ବୃକ୍ଷରୋପଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଗ୍ରାମର ଗୌନ୍ତିଆ ଉପେନ୍ଦ୍ର ହାତୀ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବରେ ଲାୟନ୍ସ ପ୍ରଫେସର ଚିତ୍ତରଞ୍ଜନ ଦାଶ ଯୋଗଦାନ କରି ପ୍ରକୃତିର ସୁରକ୍ଷା, ବୃକ୍ଷରୋପଣରେ ସମସ୍ତଙ୍କ ଅଂଶଗ୍ରହଣ, ସବୁଜଗୃହ ପ୍ରଭାବ, ଗ୍ଲୋବାଲ ୱାର୍ମିଙ୍ଗ ସମ୍ପର୍କରେ ଆଲୋଚନା କରିବା ସହ ଜନସାଧାରଣଙ୍କୁ ଏହାର ପ୍ରତିକାର ପାଇଁ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ | ସମ୍ମାନିତ ଅତିଥ୍ ଭାବରେ ଲାୟନ୍ସ ଶ୍ରୀମତୀ ସନ୍ତୋଷିନୀ ଦାଶ, ଶ୍ରୀଯୁକ୍ତ ମକରଧ୍ବଜ ପଧାନ, ଉମାକାନ୍ତ ହାତୀ ପ୍ରମୁଖ ଯୋଗଦାନ କରି ଏହି ସମାରୋହକୁ ଆଗେଇ ନେଇଥିଲେ । ପ୍ରକୃତିବନ୍ଧୁ ମୀନକେତନ ସାହୁ ସଭାକୁ ସଂଯୋଜନା କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗ୍ରାମର ସବୁଜସାଥ୍ର କମାଣ୍ଡର ଆକାଶ ହାତୀ, ଡାଃ କେଶରଞ୍ଜନ ହାତୀ ଓ ସଦସ୍ୟ ସନ୍ତୋଷ ମଟାରୀ, ବସୁଦେବ ସେଠ, ପିତାମ୍ବର ବରିହା, ପ୍ରଦୀପ ପ୍ରଧାନ, ନିରୋଜ ଦୀପ, ରଞ୍ଜନ ସେଠ, ନିବାସ ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ତଥା ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ ବୃକ୍ଷରୋପଣ କରିଥିବା ସମସ୍ତେ ବୃକ୍ଷଗୁଡ଼ିକୁ ପୋଷ୍ୟଭାବେ ଗ୍ରହଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.