ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱର ଠାରେ 37ତମ ରେଳବାଇ ସୁରକ୍ଷାବଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି I ସୁରକ୍ଷା କ୍ଷେତ୍ରରେ ରେଳବାଇ ସୁରକ୍ଷାବଳ ଦ୍ୱାରା ବିଭିନ୍ନ ପ୍ରକାର ସାହାସିକତାର ପ୍ରୟାସକୁ ସ୍ମରଣୀୟ କରିବା ପାଇଁ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି I
ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ ସୁରକ୍ଷାବଳ ଦ୍ୱାରା ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିବାବେଳେ ପ୍ୟାରେଡ଼ କୁ ନୀରିକ୍ଷଣ କରିଥିଲେ I ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ଏହି ଅବସରରେ ସମ୍ବୋଧନ କରି ଶ୍ରୀ ବିଦ୍ୟାଭୂଷଣ କହିଛନ୍ତି ଯେ ରେଳବାଇ ସୁରକ୍ଷା ବଳ ଯାତ୍ରୀ ମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପ୍ରତି ବିଶେଷ ଭାବେ ଧ୍ୟାନଦେବା ଦରକାର I ରେଳବାଇ ସମ୍ପତି ଓ ଯାତ୍ରୀ ସୁରକ୍ଷା ପ୍ରତି ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର ନିଷ୍ଠାପର କର୍ତବ୍ୟକୁ ମହାପ୍ରବନ୍ଧକ ଭୁୟସୀ ପ୍ରଶଂସା କରିଥିଲେ I
ପୂର୍ବରୁ, ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ମହାନିରୀକ୍ଷକ ଶ୍ରୀ ରାଜା ରାମ ରେଳପଥ ପରିସୀମା ମଧ୍ୟରେ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ I ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ସହିତ କୋଭିଡ୨୯ ମହାମାରୀ ସମୟରେ ଅତିରିକ୍ତ ବୋଝକୁ ରେଳବାଇ ସୁରକ୍ଷାବଳ ରେଳଯାତ୍ରୀ ମାନଙ୍କର ବହୁମୂଲ୍ୟ ଜୀବନର ସୁରକ୍ଷା ସହିତ ରେଳବାଇ ସମ୍ପତ୍ତି ର ସୁରକ୍ଷା ଦିଗରେ ନିଷ୍ଠାପର ସେବା ପ୍ରଦାନ କରିଆସୁଛନ୍ତି I
ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ଭୁବନେଶ୍ୱର କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ସିଆରପିଏଫ ଡ଼ିଆଇଜି ଶ୍ରୀ ପୋଖରାଜ ଜଇପାଲ, ଆଭିଏସନ କୋଷ୍ଟ ଗାର୍ଡ ଡ଼ିଆଇଜି ଶ୍ରୀ ସତୀଶ ବିଷ୍ଟ, ଏନଡିଆରଏଫ ସିନିୟର କମାଣ୍ଡାଣ୍ଟ ଶ୍ରୀ ଜ୍ୟାକବ କିସପୋତା, ସିଆଇଏସଏଫ ସିନିୟର କମାଣ୍ଡାଣ୍ଟ ଶ୍ରୀ ସୁଧୀର କୁମାର, ପୂର୍ବତଟ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ଓ ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ I କର୍ତ୍ତବ୍ୟ ପରାୟଣ, ନିଷ୍ଠାପର ଓ ସାହାସିକତା ପାଇଁ ରେଳବାଇ ସୁରକ୍ଷାବଳ ଯବାନ ମାନଙ୍କୁ ସେମାନଙ୍କର କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.