ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ସହରସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ଅଲ୍ ଓଡିଶା ମିଟର ରିଡର୍ ଆସୋସିଏସନ୍ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ତପନ କୁମାର ଅଗସ୍ତି ସାଧାରଣ ସମ୍ପାଦକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରଗଡ ଜିଲ୍ଲା ରେ କାର୍ଯ୍ୟରତ ମିଟର ରିଡର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା l ଉପସ୍ଥିତ ସଦସ୍ୟ ମାନେ ସେମାନଙ୍କ ସର୍ବନିମ୍ନ ମଜୁରୀ,ଇ.ପି.ଏଫ ଲାଗୁ,ଇଏସଆଇ ,ବୋନସ, ନିଯୁକ୍ତିପତ୍ର ସାଙ୍ଗକୁ ପରିଚୟପତ୍ର ଇତ୍ୟାଦି ମିଳୁଥିବା ସମ୍ପର୍କ ରେ ନିଜ ନିଜ ସୁଚିନ୍ତିତ ମତପ୍ରଦାନ କରିଥିଲେ lସାଧାରଣ ସମ୍ପାଦକ ଉକ୍ତ ଘଟଣା ଉପରେ ବିଶଦ ଆଲୋଚନା ସହ ମିଟର ରିଡର ମାନଙ୍କ ବକେୟା ପାଉଣା ସହ ଅନ୍ୟାନ୍ୟ ମୈାଳିକ ପ୍ରାପ୍ୟ ଗୁଡ଼ିକ କିପରି ଅତିଶିଘ୍ର ପୁରଣ ହୋଇପାରିବ ସେ ବିଷୟରେ ତୁରନ୍ତ ସମାଧାନ ଦିଗରେ ପ୍ରୟାସ କରିବେ ବୋଲି ମତବ୍ୟକ୍ତ ସହ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ lଏହି ସାଧାରଣ ସଭାରେ ବରଗଡ ଜିଲ୍ଲା ରୁ ୪୦ ରୁ ଉର୍ଦ୍ଧ ମିଟର ରିଡର ଆସୋସିଏସନ୍ ରେ ଯୋଗଦାନ କରି ସଦସ୍ୟତା ହାସଲ କରିଥିଲେ l ଏଇ କ୍ରମରେ ଉକ୍ତ ସଭାରେ ପ୍ରମୁଖ ଭାବେ ଆସୋସିଏସନ୍ ର ସାଧାରଣ ସମ୍ପାଦକ ତପନ କୁମାର ଅଗସ୍ତି,ବରୁଣ ସାହୁ, ରଜନୀକାନ୍ତ ସାହୁ, ବସନ୍ତ କୁମାର ପଟେଲ, ପ୍ରକାଶ ଚନ୍ଦ୍ର ସାହୁ,ସମୀର ସେଠ,ସୁରଜ ମିଶ୍ର, ଜୟନ୍ତ କୁମାର ପଣ୍ଡା, ଜିତେନ୍ଦ୍ର ପଣ୍ଡା, ରମେଶ ମାଝୀ, ଚୈତନ୍ୟ ସାହା, ପ୍ରଶାନ୍ତ ବାଗ, ଦେବାନନ୍ଦ ସାହୁ, ତୋଫାନ ସିଂ ବରିହା,ଆଜାଦ ସାହୁ, ଶେଷଦେବ ସାହୁ, ଜୟନ୍ତ ସାହୁ, ଶେଷଦେବ ମିଶ୍ର,ରୋଶନ ସାହା, ଦେବେନ୍ଦ୍ର ମାଝୀ ପ୍ରମୁଖ ନିଜ ନିଜର ମତବ୍ୟକ୍ତ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post