ନବୀନଙ୍କ ତଥାକଥିତ ବେକାଶର ବିଡ଼ମ୍ବିତ ଚିତ୍ର ରାଜନୀତି By SPNEWS On Oct 27, 2017 0 Share ଅନ୍ଧାରରେ ମାଲକାନଗିରି ବଣ୍ଡା ଘାଟିର ଶିକ୍ଷା ବ୍ୟବସ୍ଥା ମାଲକାନଗିରିରୁ ରାମକୃଷ୍ଣ ପାଣିଗ୍ରାହୀ : ମାଲକାନଗିରି ଜିଲା ବଣ୍ଡାଘାଟିରେ ଜନଜାତି ପିଲାଙ୍କୁ ଶିକ୍ଷିତ କରିବା ପାଇଁ ବ୍ୟବସ୍ଥା କେଉଁଭଳି ଚାଲିଛି, ତାହାର ଏକ ନମୁନା ପାତ୍ରଗୁଡ଼ା ବିଦ୍ୟାଳୟରୁ ଜାଣିହେବ। ଏଠାରେ ମାସ ମାସ ଧରି ଶିକ୍ଷକ ଆସୁନାହାନ୍ତି। ସ୍ଥାନୀୟ ପିଲାମାନେ ସ୍କୁଲରେ ନାଁ ଥାଇ ମଧ୍ୟ ‘ଅ’, ‘ଆ’ ବି ଜାଣନ୍ତି ନାହିଁ। ଶିକ୍ଷାର ଏଭଳି ବିଡ଼ମ୍ବିତ ଚିତ୍ର କେବଳ ଏହି ଗୋଟିଏ ବିଦ୍ୟାଳୟରେ ନୁହେଁ, ବରଂ ବଣ୍ଡାଘାଟିର ଅନ୍ୟ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ପାତ୍ରଗୁଡ଼ା ଗ୍ରାମରେ ୧୯୯୩ରେ ଏକ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଖୋଲିଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଏଠାରେ ୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ ବିଦ୍ୟାଳୟ ପ୍ରତିଷ୍ଠା ଦିନଠାରୁ ଏଯାବତ୍ ଏହି ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପାଠ ପଢ଼ିବା କିମ୍ବା ଅ, ଆ ମଧ୍ୟ ଶିଖିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ସରସ୍ବତୀ ଓ ଗଣେଶ ପୂଜାରେ ମୂର୍ତ୍ତି ଓ କିଛି ପ୍ରସାଦ ଆଣି ଶିକ୍ଷକମାନେ ରଖିଦେଇ ପଳାନ୍ତି। ଚଳିତ ବର୍ଷ ଗଣେଶ ପୂଜା ବେଳେ ମୂର୍ତ୍ତି, ଭୋଗ ଓ ନଡ଼ିଆ ଏଯାବତ୍ ପୂଜା ହେବା କିମ୍ବା ବିସର୍ଜନ ନହୋଇ ରହିଥିବା ଗ୍ରାମବାସୀ ଦେଖାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ ପରୀକ୍ଷା ସମୟରେ ଶିକ୍ଷକମାନେ ଗୋଟିଏ ଦିନରେ ପିଲାଙ୍କ ଉତ୍ତରଖାତା ଲେଖି ଦିଅନ୍ତି। ତେଣୁ ପିଲାଙ୍କୁ ନେଇ ପୁଣି ଏକ ପରୀକ୍ଷା କରାଯିବା ସହ ସେମାନଙ୍କ ପୂର୍ବ ବର୍ଷର ଖାତା ଯାଞ୍ଚ କରାଗଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସେମାନେ ଦାବି କରିଛନ୍ତି। ଏହି ବିଦ୍ୟାଳୟ ଉପରେ ନିକଟସ୍ଥ ପଡ଼ା ଗ୍ରାମ ବଜଗୁଡ଼ା, କାଦଗୁଡ଼ା, ବିଷୋୟୀଗୁଡ଼ାର ପିଲାମାନେ ନିର୍ଭର କରନ୍ତି। ଶିକ୍ଷକମାନେ ଆସୁ ନ ଥିବାରୁ ଏମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏହି ସମସ୍ତ ଗ୍ରାମର ପ୍ରାୟ ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନାମ ଲେଖାଯାଇଥିଲେ ମଧ୍ୟ ସେମାନେ ପାଠର ‘ପ’ ଅକ୍ଷର ପଢ଼ିନାହାନ୍ତି। ସବୁଠାରୁ ବଡ଼ କଥା ହେଲା ବିଦ୍ୟାଳୟ ପରିଚାଳିତ ହେଉନଥିବା ସତ୍ତ୍ୱେ ୧୪ ବର୍ଷ ଧରି ମଧ୍ୟାହ୍ନଭୋଜନ ଚାଉଳ ଓ ଆନୁସଙ୍ଗିକ ଅର୍ଥ ଆମତ୍ସାତ କରାଯାଉଥିବା ପ୍ରାତ୍ରପୁଟ ଗ୍ରାମର କମୁଲୁ ହନ୍ତାଳ, ଧନୁର୍ଜୟ ବିଶି, ଉଦୟ ଗୋଲରୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଏହା ଏକ ଭୂତକୋଠି ଭଳି ମନେ ହେଉଛି| ଚାରିପାଖରେ ଅନାବନା ଗଛଲତା ଉଠିଗଲାଣି। ବାରଣ୍ଡାରେ ସିମେଣ୍ଟ ଛାଡ଼ି ଗାତ ସୃଷ୍ଟି ହେଲାଣି। ରୋଷେଇ ଘରର କବାଟ ଓ ଝରକା ଭାଙ୍ଗିଯାଇଛି । ଜିଲା ଶିକ୍ଷାଧିକାରୀ ପ୍ରଶାନ୍ତ ମହାପାତ୍ର ଏନେଇ କହିଛନ୍ତି ଯେ, ଖଇରପୁଟ ବ୍ଲକର ୨ ଜଣ ଉପ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ସଂପୃକ୍ତ ଗ୍ରାମକୁ ପଠାଯିବ। ସେମାନଙ୍କ ରିପୋର୍ଟ ପରେ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 0 Share FacebookTwitterGoogle+ReddItWhatsAppPinterestEmail