ବାଲିମେଳାରେ ବିଦ୍ୟୁତ୍ କେନ୍ଦ୍ର,  ଅନ୍ଧାରରେ ମାଲକାନଗିରୀ  ଜିଲ୍ଲା   

0

 ମାଲକାନଗିରି ଜିଲ୍ଲାରେ ଅଘୋଷିତ ବିଦ୍ୟୁତ୍ କାଟ : ଜନଜୀବନ ବିପର୍ଯ୍ୟସ୍ତ          

        Image result for malkangiri map

ମାଲକାନଗିରିରୁ ରାମକୃଷ୍ଣ : ମାଲାକନଗିରି ଜିଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁକାଟ ଓ ଲୋ ଭୋଲେଟଜର ସମାଧାନ ପାଇଁ କୋଟି କୋଟି ଟଙ୍କା ଖର୍ଚକରାଯାଇ ଜିଲ୍ଲାସଦର ମହକୁମା ଠାରୁ ମାତ୍ର ୧୨ କିମି ଦୁର ଦାନିଗୁଡା ଠାରେ ୨୨୦ା ୩୩ କେଭିର ଗ୍ରୀଡ ସବ୍ ଷ୍ଟେସନ ନିର୍ମାଣ ହୋଇ କାର୍ଯ୍ୟକ୍ଷମ ହୋଇଥିଲେ ବି ଜିଲ୍ଲାର ବିଦ୍ୟୁତ ସଙ୍କଟ କିଛି ଦୁର ହୋଇ ପାରିନାହିଁ । ପୂର୍ବ ଭଳି ଅଘୋଷିତ ବିଦ୍ୟୁତ କାଟ ସମସ୍ୟା ସେମିତି ଲାଗିରହିଛି । ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁକାଟ ଜନଜୀବନକୁ ଅତିଷ୍ଟ କରିପକାଇଛି । ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୩୬ କିମି ଦୂର ଓରକେଲ ଠାରେ ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ର ଥାଇ ଦୀପତଳ ଅନ୍ଧାର ପରି ପ୍ରାୟ ସମୟରେ ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବ୍ୟାଘାତ ଘଟିଚାଲିଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀ କି ଜିଲ୍ଲାପ୍ରଶାସନର କାହାରି ନଜର ପଡୁନାହିଁ । ଯେଉଁ ସମୟରେ ବିଦ୍ୟୁତ୍ ରହୁଛି ଲୋ-ଭୋଲେଟେଜ ଓ ବାରମ୍ବାର ଲାଇନ କଟୁଥିବା ଯୋଗୁଁ ଫ୍ୟାନ, କୁଲର,ଫ୍ରିଜ,କମ୍ଫୁଟର,ଟିଭି ଆଦି ବିଦ୍ୟୁତ ଚାଳିତ ମେସିନ ସହିତ ନିତ୍ୟ ବ୍ୟବହାର୍ଯ୍ୟ ମେସିନଗୁଡିକ ଅଚଳ ହୋଇପଡିବା ସହ ବିଦ୍ୟୁତ ବଲ୍ ଗୁଡିକ ଫିୟୁଜ ହୋଇଯାଉଛି । ଜିଲ୍ଲାର ବାଲିମେଳା ଠାରେ ଜଳବିଦ୍ୟୁତ୍ ପ୍ରକଳ୍ପ ଥାଇ ବାରମ୍ବାର ବିଦ୍ୟୁତ୍ ସମସ୍ୟା ଦେଖା ଦେଉଛି । ବିଶେଷ କରି ଅପରାହ୍ନ ୪ଟା ଠାରୁ ଏହି ସମସ୍ୟା ଆରମ୍ଭ ହୋଇ ଯାଉଛି , ପିଲା ମାନେ ପାଠ ପଢିପାରୁନାହାଁନ୍ତି କି ରାତିରେ ଫ୍ୟାନ ଘୁରୁ ନଥିବାରୁ ଜନସାଧାରଣ ଶାନ୍ତିରେ ଶୋଇପାରୁ ନାହାଁନ୍ତି । ବିଦ୍ୟୁତ୍ ବିଭାଗକୁ ସମସ୍ୟା ସଂପର୍କରେ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଗତ ୧୯୬୫ ମସିହାରେ ଚିତ୍ରକୋଣ୍ଡା ଠାରେ ଜଳଭଣ୍ଡାର ନିର୍ମାଣ ସହ ବାଲିମେଳା ଠାରେ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୭୨ମସିହାରରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । ପ୍ରଥମେ ୪ଟି ଟର୍ବାଇନ ନ ତାପରେ ୨ଟି କିଛିବର୍ଷପରେ ଆଉ ଦୁଇଟି ମୋଟ ଆଠଟି ଟର୍ବାଇନ ରୁଷିଆ ବୈଜ୍ଞାନିକ ମାନଙ୍କଦ୍ୱାରା ପ୍ରତିଷ୍ଠା କରା ଯାଇ ମୋଟ ୫୧୦ ମେଗା ଓାଟ୍ ବିଦ୍ୟୁତ୍ ଉତ୍ପନ୍ନ କରା ଯାଇ ରାଜ୍ୟ ତଥା ରାଜ୍ୟବାହରକୁ ଚାହିଦା ଅନୁଯାଇ ବିକ୍ରୀକରା ଯାଇ ପ୍ରତିମାସ କୋଟିକୋଟି ଟଙ୍କା ରାଜ୍ୱସ ଆଦାୟ ହୋଇ ବିଦ୍ୟୁତ୍ ପ୍ରକଳ୍ପ ଲାଭବାନ ହେଉଥିଲା । ଗତ କିଛି ବର୍ଷହେଲା ଆବସ୍ୟକିୟ ଯନ୍ତ୍ରୀ,କର୍ମଚାରୀ ଙ୍କ ଅଭାବ,ରକ୍ଷାଣବେକ୍ଷଣ,ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ବିଦ୍ୟୁତ୍ ପ୍ରକଳ୍ପରେ ବାରମ୍ବାର ବିଭ୍ରାଟ ଦେଖା ଦେଉଛି ।

ମୂଲ୍ୟବାନ ଯନ୍ତ୍ରପାତି ରକ୍ଷାଣ ବେକ୍ଷାଣ ଠିକ ନରହିବା ଓ ଯନ୍ତ୍ର, ଟ୍ରାନ୍ସଫର୍ମର ଗୁଡିକୁ ଠିକ ଭାବେ ଗ୍ରୀସିଂ ଅଏଲିଂ କରା ଯାଉନଥିବାରୁ ସେଗୁଡିକ ଅଧିକାଶଂ ସମୟରେ ପୋଡି ନଷ୍ଟ ହୋଇ କୋଟିକୋଟି ଟଙ୍କା କ୍ଷତି ଘଟୁଛି । ୮ଟି ଟର୍ବାଇନ ମଧ୍ୟରୁ ଏବେ ମାତ୍ର ୪ଟି ଟର୍ବାଇନ କାର୍ଯ୍ୟ କ୍ଷମଅଛି,ସେଥିରୁ ୨୪୦ମେଗାଓାଟ୍ ବିଦ୍ୟୁତ୍ ଉତ୍ପନ୍ନ ହେଉଛି । ବର୍ଷା ପବନ ନଥାଇ ବାରମ୍ବାର ମାଲକାନଗିରି ଜିଲ୍ଲାରେ ଅଘୋଷିତ ବିଦ୍ୟୁତ୍ କାଟ ହୋଇ ଯାଏ, ଗତ କିଛିଦିନ ହେଲା ଝଡତୋଫାନ କିଛିନଥାଇ ବହୁସମୟଧରି ବିଦ୍ୟୁତ୍ ସରବରାହ ସମଗ୍ରଜିଲ୍ଲାରେ ବନ୍ଦରହିବା ସହ ପ୍ରତିଦିନ ଲୋଭୋଲେଟଜ ହେଉଛି ,ବିଦ୍ୟୁତ ଲୋ ଭୋଲେଟଜ ପାଇଁ ଫ୍ୟାନ,କୁଲର,ଏସି, କମ୍ପୁଟର,ଟିଭି,ବିଭିନ୍ନ ଯନ୍ତ୍ରାଶଂଗୁଡିକ ଖରାପ ହୋଇ ପୋଡିଯାଉଥିବାର ଦେଖା ଯାଉଛି । ମାଲକାନଗିର ଜିଲ୍ଲା ମାଓପ୍ରବଣ ଅତି ସମ୍ବେଦନଶୀଳ  ଥିଲେ ମଧ୍ୟ ବିଜୁଳି ଠିକ୍ ଭାବେ ଯୋଗାଇ ଦିଆ ଯାଉନଥିବାରୁ ଜନସାଧାରଣରେ ଘୋର ଅସନ୍ତୋଷ ପ୍ରକାଶପାଇଛି । ବାଲିମେଳା ଠାରେ ବିଦ୍ୟୁତ୍ କେନ୍ଦ୍ର ଥାଇ ଦୀପତଳ ଅନ୍ଧାର ପରି ମାଲକାନଗିର ଜିଲ୍ଲା ଅଧିକାଂଶ ସମୟ ଅନ୍ଧାରରେ ରହୁଛି ।

Leave A Reply

Your email address will not be published.