ପୁରୁଣାକଟକ ; ଅଭିନବ ଉପାୟରେ ଚୋରା ବିଦେଶୀ ମଦ ବିକ୍ରି

0

ଢାବା ଆଗରେ ଥିବା ଚୋରା ମଦ ବୋଝେଇ କାର ଜବତ, ୨ ଫେରାର୍

ବୌଦ୍ଧ (ସିମୁନ୍ ନାଏକ) 

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଅଂଚଳରେ ଦିନକୁ ଦିନ ଚୋରା ମଦ ବିକ୍ରି ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ପୋଲିସି ଡାଳେ ଡାଳେ ଗଲେ ଚୋରା ମଦ ବେପାରି ମାନେ ପତ୍ରେ ପତ୍ରେ ଗଲା ପରିି ନୂତନ କୌଶଳ ଆପଣାଇ କାର ଭିତରୁ କାଢି  ଗ୍ରାହକଙ୍କୁ ମଦ ଯୋଗାଇ ଦେବା ଭଳି ଅଭିନବ ଉପାୟରେ ଚୋରା ମଦ ବ୍ୟବସାୟ ଚଳାଇଥିବା ବେଳେ ଖବର ପାଇ ପୁରୁଣାକଟକ ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା । ମାତ୍ର ପୋଲିସକୁ  ଦେଖିବା ମାତ୍ରେ ୨ ଚୋରା ମଦ ବ୍ୟବସାୟୀ ଦୌଡି ଦୌଡି ଅନ୍ଧାର ସୁଯୋଗ ନେଇ ଚମ୍ପଟ ମାରିଥିଲେ । ଘଟଣା ସ୍ଥାଳରୁ ପୋଲିସ୍ ଏକ ଜେସିବି ସାହାଯ୍ୟରେ ମଦ ରଖାଯାଇଥିବା କାରଟିକୁ ଟାଣି ଟାଣି ୫ କିମି ଦୂରରେ ଥିବା ଚାରିଛକ ସ୍ଥିତ ଥନାକୁ ନେବା ଘଟଣ ସମଗ୍ର ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନା ମତେ ପୁରୁଣାକଟକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କଡରେ ଥିବା ଏକ ନିର୍ଦ୍ଧିଷ୍ଟ ଢାବାର ମାଲିକ ବିଭିନ୍ନ ସମୟରେ ଚଢାଉ କରୁଥିବା ପୋଲିସ୍ କୁ ଭୁଆଁ ବୁଲାଇବା ପାଇଁ ନିଜ କାର ଭିତରେ ବିଦେଶୀ ମଦ ରଖି  ସମସ୍ତଙ୍କ ଅଲକ୍ଷ୍ୟ ରେ ନିଜ କର୍ମଚାରୀଙ୍କ ଦ୍ୱାରା  ଗ୍ରାହକଙ୍କୁ ସପ୍ଲାଏ କରୁଥିଲେ । ଅଭିନବ ଉପାୟରେ ଦୀର୍ଘ ଦିନ ହେଲା ଚାଲିଥିବା ଏଭଳି ଚୋରା କାରବାର ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ଚଢାଉ କରି କାର ଭିତରୁ ବିପୁଳ ପରିମାଣର  ବିଦେଶୀ ମଦ ରଖାଯାଇଥିବା ( ଓଆର ୦୨ ଏଏସ୍ ୨୧୩୬ ) ନଂ ଥିବା ଏକ ସାଣ୍ଟ୍ର କାରଟିକୁ ଜବତ କରିଛି । ଏନେଇ ପୁରୁଣାକଟକ ଥାନା ରେ ଏକ କେସ ନଂ ୭୮/୧୮ ଅନୁଯାଇ ଏକ ମାମଲା ରୁଜୁ କରି ଥିବା ଜଣାପଡିଛି । ଏନେଇ କେସ୍ ଦାୟତ୍ୱରେ ଥିବା  ଏଏସଆଇ ବ୍ରଜବନ୍ଧୁ ପ୍ରଧାନ ଙ୍କୁ ପଚାରିବାରୁ ବିଭିନ୍ନ ବ୍ରାଣ୍ଡର ୪୭ ଲିଟର ବିଦେଶୀ ମଦ କାର ଭିତରୁ ଜବତ କରାଯାଇଛି । ଏଥି ସହିତ ଏହି ଚୋରା ମଦ କାରବାରରେ ସମ୍ପୃକ୍ତ ଥିବା ରଂଜନ କୁମାର ପାଣିଗ୍ରହୀ ଓ ପ୍ରଦୀପ କୁମାର ଯୋଷୀ ଫେରାର୍ ହୋଇଯାଇଥିବା ପୋଲିସ୍ ସୂତ୍ରରୁ କୁହାଯାଇଛି । 

 

Leave A Reply

Your email address will not be published.