ଗଳ୍ପ ସଂକଳନ “ସାଉଁଟା ସ୍ମୃତିର ସ୍ୱପ୍ନ ” ଲୋକାର୍ପିତ

0

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ସରକାରୀ ବାସଭବନରେ କଳିଙ୍ଗ ସଂସ୍କୃତି ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଯୁବଲେଖିକା ସୁଶ୍ରୀ ସୁଚିତ୍ରା ବେହେରାଙ୍କ ଦ୍ୱାରା ରଚିତ ଗଳ୍ପ ସଂକଳନ “ସାଉଁଟା ସ୍ମୃତିର ସ୍ୱପ୍ନ” ଲୋକାର୍ପିତ ହୋଇଯାଇଛିା
କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ତଥା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଲୋକାର୍ପିତ ପର୍ବରେ ମନ୍ତ୍ରୀ ଶ୍ରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଳ୍ପ ସଂକଳନ “”ସାଉଁଟା ସ୍ମୃତିର ସ୍ୱପ୍ନ”‘ର ଲୋକାର୍ପଣ ସହିତ ଲେଖିକାଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ ଲେଖିକାଙ୍କର ସୃଜନଶୀଳତାକୁ ମୁଁ ସମ୍ମାନ ଜଣାଉଛିା ସେ ଓଡ଼ିଶାର ସୁନାମ ରଖିବା ସହିତ ସମଗ୍ର ବିଶ୍ୱକୁ ପରିବ୍ୟାପ୍ତ ହୁଅନ୍ତୁ ଏବଂ ଜଣେ ସୁଲେଖିକା ଭାବରେ ପାଠକୀୟ ଶ୍ରଦ୍ଧା ଲାଭ କରନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଥିଲୋ
ସମ୍ମାନିତ ଅତିଥି ଭାବେ କଟକର ପ୍ରଧାନ ଆୟକର ଆୟୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ କାପୋକର ସଂପାଦକ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି, କାପୋକର ସଦସ୍ୟ ସଂଜୟ ପାତ୍ର, ଲଲାଟ କେଶରୀ ସାହୁ, ମାନସ ରଥ ପ୍ରମୁଖ ଉପସ୍ଥିତ ଥ#ଲୋ

 

Leave A Reply

Your email address will not be published.