ଭଦ୍ରକରେ ଉର୍ଦୁ ଏକାଡେମୀ ଦ୍ଵାରା ରାଜ୍ୟ ସ୍ତରୀୟ ଉର୍ଦୁ ପ୍ରବନ୍ଧ ପ୍ରତିଯୋଗିତା ।

0

ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ :, ରାଜ୍ୟର ଦ୍ଵିତୀୟ ବୃହତ୍ତମ ଭଦ୍ରକ କଲେଜରେ ଆଜି ଓଡିଶା ଉର୍ଦୁ ଏକାଡେମୀ ତରଫରୁ ରାଜ୍ୟ ସ୍ତରୀୟ ଉର୍ଦୁ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଂପାଦକ ଡଃ ମୁସିର ଅଲମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ସାମଲ,ବରିଷ୍ଠ ପ୍ରଧ୍ୟାପକ ଡଃ ଦୁର୍ଗାପ୍ରସନ୍ନ ଦାସ,ରାଜ୍ୟ ପ୍ରାଥମିକ ଶିକ୍ଷକ ନେତା ତବରେଜ ଖାନ ,ଜାଭେଦ ଅଖତରଙ୍କ ସମେତ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଉର୍ଦୁ ଛାତ୍ର/ଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମ କୁ ଭୁବନେଶ୍ୱରରୁ ଭିଡିଓ କଲରେ ସମ୍ବଧନ କରିଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ଉର୍ଦୁ ଶିକ୍ଷାର ବିକାଶ ନିମନ୍ତେ ସମସ୍ତ ପଦକ୍ଷେପ ପାଇଁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶେଷରେ କୃତି ଛାତ୍ର/ଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.