ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ଜଳଦ କୁମାର ତ୍ରିପାଠୀଙ୍କ ଶପଥ ଗ୍ରହଣ

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ଜଳଦ କୁମାର ତ୍ରିପାଠୀ ଆଜି ଶପଥ ଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ରାଜ ଭବନର ଅଭିଷେକ ହଲ ଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ  ହୋଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବ ନିଯୁକ୍ତ ମୁଖ୍ୟ ସୂଚନା ଆୟୁକ୍ତ ଶ୍ରୀ ତ୍ରିପାଠୀଙ୍କୁ ଓଡିଆରେ ଶପଥପାଠ କରାଇଥିଲେ । ପ୍ରାରମ୍ଭରେ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ  ଶ୍ରୀ ବିଷ୍ଣୁପଦ ସେଠୀ ରାଜ୍ୟପାଳଙ୍କ ଅନୁମତି କ୍ରମେ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶ୍ରୀ ତ୍ରିପାଠୀଙ୍କ ନିଯୁକ୍ତି ପତ୍ର ( ଓାରଣ୍ଟ ଅଫ୍ ଆପଏଣ୍ଟମେଣ୍ଟ ପାଠ କରିଥିଲେ । ଶପଥ ପାଠ ପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ରାଜ୍ୟପାଳଙ୍କ ଅନୁମତି ପ୍ରାପ୍ତ ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ  ମାଧ୍ୟମରେ ଏହି ଉତ୍ସବରେ ଯୋଗ ଦେଇଥିଲେ । 

ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା,  ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର,କଟକ-ଭୁବନେଶ୍ୱର ଆରକ୍ଷୀ ଆୟୁକ୍ତ ଶ୍ରୀ ସୌମେନ୍ଦ୍ର  ପ୍ରିୟଦର୍ଶୀ, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଶ୍ରୀ ତ୍ରିପାଠୀଙ୍କ ସହଧର୍ମିଣୀଙ୍କ ସମେତ ପରିବାରର ସଦସ୍ୟ, ସୂଚନା ଓ ଲୋକ ସଂପର୍କ  ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ, ଉତ୍କଳ  ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦ୍ଦେଶକ  ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କ ସମେତ  ବିଭାଗର ଅନ୍ୟ ବରିଷ୍ଠ  ପଦାଧିକାରୀ  ଏହି ଉତ୍ସବରେ ଉପସ୍ଥିତ ଥିଲେ ।   

Leave A Reply

Your email address will not be published.