ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଜନ ଶୁଣାଣିକୁ ସଫଳ କରିବାପାଇଁ ନିଷ୍ପତ୍ତି ନେଲେ ଅଞ୍ଚଳବାସୀ

0

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ : ଆଗାମୀ ପାଞ୍ଚ ତାରିଖରେ ହେବାକୁ ଥିବା ଜନଶୁଣାଣୀ ସଫଳ କରିବା ପାଇଁ ଏକତ୍ରିତ ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ର 3ଟି ପଞ୍ଚାୟତବାସୀ | ଫୁଲଯୁବା ଗାଁ ନିକଟ ପଡିଆ ଠାରେ ଆଜିର ଏହି ବୈଠକରେ ପୋଡ଼ାପାଡି, ବଂକାମ୍ବ ,ନାକଟି ଗୁଡା ପଞ୍ଚାୟତର ବୁଦ୍ଧିଜୀବୀ ଓ ପ୍ରଭାବିତ କ୍ଷତି ଗ୍ରସ୍ତ ପରିବାରର ସଦସ୍ୟ ମାନେ ଏକତ୍ରିତ ହୋଇ ଅଞ୍ଚଳ ର ବିକାଶ ପାଇଁ ଏଠାରେ କାରଖାନା ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ | କାରଣ ଅଞ୍ଚଳବାସୀ ପୂର୍ବରୁ କାରଖାନା ନିର୍ମାଣ ପାଇଁ ନିଜସ୍ବ ଚାଷ ଜମି ଭୂମି ସର୍ବସ୍ବ କାରଖାନା ହାତକୁ ଟେକି ଦେଇ ସାରିଛନ୍ତି | ଯାହାଫଳରେ ଜୀବନ ଜୀବିକା ନିର୍ବାହ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି | ଏସବୁକୁ ଆଖିଆଗରେ ରଖି ଅଞ୍ଚଳ ବାସୀ ହେବାକୁଥିବା ଜନ ଶୁଣାଣିକୁ ସମୂର୍ଣ୍ଣ ଭାବେ ସହଯୋଗ କରିବା ପାଇଁ ଆଗେଇ ଆସିଥିବା ଦେଖିବାକୁମିଳିଛି | ଦୀର୍ଘ 20ବର୍ଷର ଆଶା ଆକାଂକ୍ଷା କୁ ପୂରଣକରିବା ପାଇଁ ବିଳମ୍ବରେ ହେଲେ ମଧ୍ୟ ଆଦିତ୍ୟ ବିରଳା କାରଖାନା କର୍ତ୍ତୃପକ୍ଷ ଓ ସରକାର ଆଗେଇ ଆସିଥିବା ଯୋଗୁଁ ଧନ୍ୟବାଦ୍ ଜଣାଇ ଆଗାମୀ ଦିନରେ ହେବାକୁ ଥିବା ଜନ ଶୁଣାଣି କୁ କୋଭିଡ ନିୟମ ମାନି ସୁଚାରୁ ରୁପେ ପରିଚାଳନା କରିବାପାଇଁ ସର୍ବ ଦଳୀୟ ଭାବେ ସହମତି ପ୍ରକାଶ ପାଇଥିଲା | ଆଜିର ଏହି ବୈଠକରେ କଂସାରି ଜାନି, ନୀଳକଣ୍ଠ ଝୋଡିଆ, ବିଜୟ ରତ୍ନ ଚୌଧୁରୀ, ପାତିଡି ମାଝୀ,ରାଜେନ୍ଦ୍ର ଦୁରିଆ, ବିଦ୍ୟାରତ୍ନ ଚୌଧୁରୀ, ଡଉଲରତ୍ନ ଚୌଧୁରୀ, ଦୀନ ବନ୍ଧୁ ଝୋଡିଆ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣି କାର୍ଯ୍ୟକ୍ରମ କୁ ସୂଚାରୁ ରୁପେ ପରିଚାଳନା ପାଇଁ ଦାୟିତ୍ଵ ନ୍ୟସ୍ତ ହୋଇଥିଲେ |
ଅପର ପକ୍ଷରେ ଜନଶୁଣାଣୀ କାର୍ଯ୍ୟକ୍ରମ କୁ କିପରି ଭାବେ ଶାନ୍ତି ଶୃଙ୍ଖଳା ର ସହ ସମାପନ କରାଯିବ ସେଥିପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଜାରି ରହିଥିବା ବେଳେ ଜନ ଶୁଣାଣି ଅଞ୍ଚଳରେ କୌଣଷି ପ୍ରକାର ଅପ୍ରୀତିକର ଘଟଣାକୁ ଦୃଷ୍ଟିରେ ରଖି ଟିକିରି ପୋଲିସ ପକ୍ଷରୁ କଡ଼ା ନଜର ରଖାଯିବ ସହ ଛକ ଜାଗାମାନଙ୍କରେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି |

Leave A Reply

Your email address will not be published.