ଭୁବନେଶ୍ୱର : ରାଜ୍ୟ ଯୁବକଲ୍ୟାଣ ପରିଷଦ ଦ୍ବାରା ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଆଜି ଭୁବନେଶ୍ୱର ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବକଲ୍ୟାଣ ଭବନରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ରାଜ୍ଯ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ଯକ୍ଷ ଶ୍ରୀ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତାଙ୍କର ଅଭିଭାଷଣ ରେ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଗାନ୍ଧୀଜୀଙ୍କ ମହାନ୍ ଅବଦାନକୁ ମନେ ପକେଇବା ସହିତ ଶାସ୍ତ୍ରୀଜୀଙ୍କ ସରଳତା ଓ ସଚ୍ଚୋଟତା ତଥା ଏସିଆ ମହାଦେଶରେ ଶାନ୍ତି ସ୍ଥାପନ କରିବା ପାଇଁ ତାଙ୍କର ପ୍ରୟାସର ସ୍ମରଣ କରାଇ ଥିଲେ। “ଅହିଂସା କୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କଲେ ତାହା ଜାତିର ଜନକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ” ବୋଲି ସେ ମତବ୍ୟକ୍ତ କରି ଥିଲେ। ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ତଥା ରାଜ୍ୟ ଯୁବକଲ୍ୟାଣ ପରିଷଦର ପଦାଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.