ବାଇକ ଭାରସାମ୍ୟ ହରାଇ ଘଟଣା ସ୍ଥଳରେ 2 ମୃତ।

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ :ବାଘଷାଳ ପଞ୍ଚାୟତ ରେ ଥିବା ଦଣ୍ଡୁ ଗୁଡା ଗ୍ରାମର ପ୍ରଫୁଲ୍ଲ ଶବର ବୟସ ୨୦ ଏବଂ ବିଶ୍ମ ଶବର ବୟସ ୨୫ ଲିଫ୍ଟ ଇରିଗେଶନ ଅଫିସ ନିକଟରେ ଥିବା ଧାନ ଜମି ଭିତରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ଏକ ବାଇକ ଜବତ କରାଯାଇଛି। ବିଳମ୍ବିତ ରାତିରେ ବାଇକ୍‌ଟି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ବାଇକଟି ରାସ୍ତାର ଏକ ବୁଲାଣି ନିକଟରେ ଥିବା ଏକ ବିଲ ମଧ୍ୟରେ ପଡିଥିବା ଦେଖିବାକୁ ମିଳିଛି। ସକାଳୁ ଲୋକେ ଦେଖି ଗୁଣୁପୁର ଅଗ୍ନିଶମ ବାହିନୀ ଓ ଗୁଣୁପୁର ପୋଲିସ କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଦୁଇଜଣଙ୍କୁ ଡାକ୍ତରଖାନା ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 

Leave A Reply

Your email address will not be published.