ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ ଘଟଣାର ଘୋର ନିନ୍ଦା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

0

ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀ ବୈଠକ

ପାଟଣାଗଡ଼, ( ଯତୀନ୍ଦ୍ର ନନ୍ଦ ) – ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ! ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ୱରେ ସଂଘର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସଂଘର ସଂପାଦକ ବିମଳ କୁମାର ବାଗ ସଂଘ ପାଇଁ ଆଗାମୀ ଦିନର କାର୍ଯ୍ୟପନ୍ଥା କଣ ହେବ ସେ ଦିଗ ଉପରେ ଆଲୋକପାତ କରିଥିଲେ! ତେବେ ବୈଠକର୍ରେ ଦୈନିକ ସମୟ ଖବର କାଗଜର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଭୁବନେଶ୍ୱର ସ୍ଥିତ ଡେଲଟା ଛକ ଠାରେ ଦୁର୍ବୁର୍ତ୍ତମାନେ କରିଥିବା ଆକ୍ରମଣ ଘଟଣାକୁ ନେଇ ଦୃଢ଼ ନିନ୍ଦା କରାଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଦୃଷ୍ଟାନ୍ତ ମୂଳକ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ସଂଘ ତରଫରୁ ଏକ ଦାବୀପତ୍ର ପ୍ରଦାନ କରିଯିବାର ନେଇ ନିଷ୍ପତ୍ତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଗୋରେଖନାଥ ବରିହା, ସମ୍ପାଦକ ବିମଳ କୁମାର ବାଗ, କୋଷାଧ୍ୟକ୍ଷ ଘନ ଭୋଇ, ଉପଦେଷ୍ଟା ଜଗଦୀଶ ଭୋଇ, ପ୍ରତ୍ୟୁଷ ରଞ୍ଜନ ଖମାରୀ, ଚନ୍ଦ୍ରଶେଖର ବରିହା, ଲାବଣ୍ୟ ପୁରୋହିତ, ଲଳିତ ମଲିକ, ଦୂର୍ଯ୍ୟୋଧନ ବର୍ଗେ, ପାଣ୍ଡବ ବରିହା, ଶେଷ ଦେବ ସିଂ ନାଏକ, ଗୌରୀଶଙ୍କର ବରିହା, ସୁଦାମ ବୁଡେକ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସଭାପତି କରୁଣାକର ବୁଡେକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରତ୍ୟୁଷ ରଞ୍ଜନ ଖମାରୀ ସଭା ପରିଚାଳନା କରିଥିଲେ । ସଂଘ ସମ୍ପାଦକ ବିମଳ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Reply

Your email address will not be published.