ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆହୂତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନକୁ ତ୍ୱରାନ୍ମିତ କରିବା , ପ୍ରତ୍ୟେକ ସହର ଓ ଗାଁର ହିତାଧିକାରୀ ଲୋକ ଯେପରି ଏହି କାର୍ତର ଫାଇଦା ନେଇ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାର ଭାଗିଦାରୀ ହୋଇପାରିବେ ସେହି ଉଦ୍ଦେଶ୍ୟରେ ମୋହନା ବ୍ଳକ ପରିସରରେ ଦୁଇଟି ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି।
ଏହି ରଥକୁ ସ୍ଥାନୀୟ ବିଡିଓ ସାର୍ଥକ ସୌରଭ ମହାପାତ୍ର ନଡ଼ିଆ ଭାଙ୍ଗି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗାଁ ଗାଁ ବୁଲି ରଥ ଲୋକଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ସମ୍ପକୀୟ ବାର୍ତ୍ତା ଦେବା ସହ ସଚେତନ କରାଇବା ବୋଲି ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post