ନୂଆଗାଁ/(ସୁବ୍ରତ ପରିଡ଼ା): ରାଜ୍ୟ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ନୂଆଗାଁ ବ୍ଲକ୍ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଖାଲମଡ଼ା ଗ୍ରାମ ର ବହୁ ବରିଷ୍ଠ ବ୍ୟକ୍ତି ବିଜେଡ଼ି ରେ ଯୋଗଦାନ କରିଛନ୍ତି। ଖାଲ ମଡ଼ା ଗ୍ରାମ ର ସଭାପତି ଅଲେଖ ସିଠ, ତ୍ରିଲୋଚନ ପରିଡ଼ା ,ଅଖିଳ ପରିଡ଼ା,ଟୁଟୁ ପଟ୍ଟନାୟକ,ବାନମ୍ବର୍ ସାହୁ, ଦିଲ୍ଲୀପ ନାୟକ,ଭାଗବତ ପ୍ରଧାନ,ଅଖିଳ ଚନ୍ଦ୍ର ରଥ,ରାଜୀବ ଲୋଚନ ପରିଡ଼ା, ଙ୍କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉତ୍ତରୀୟ ଦେଇ ସମ୍ମାନୀତ କରି ଦଳକୁ ପାଛୋଟି ଆଣିଥିଲେ।ଦଳକୁ ଅଧିକ ସଂଗଠିତ କରିବା ସହ ବିଧାୟକ ଙ୍କ ହାତ ମୁଠାକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବେ ବୋଲି ଯୋଗ ଦେଇଥିବା ଖାଲ ମଡ଼ା ଗ୍ରାମ ର ବରିଷ୍ଠ ବ୍ୟକ୍ତି ମାନେ କହିଥିଲେ।
Sign in
Sign in
Recover your password.
A password will be e-mailed to you.