ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହରର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସରରେ ବ୍ଲକ ସ୍ତରୀୟ ପରିବେଶ ନିର୍ମାଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଗ୍ରାମରୁ ପ୍ରାୟ ୧୦୦ଜଣ ଭିନ୍ନକ୍ଷମ ଶିଶୁଂକ ଅଭିଭାବକ ,ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାମ ସିଂ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟକୁମାର ସାହୁ,ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ସାଧନା କର୍ମୀ ନେତ୍ରାନନ୍ଦ ସାହୁ ମଂଚ ପରିଚାଲନା କରିଥିଲେ।ଭଗବାନ ତରିଆ,ପ୍ରଭାତ ସାହୁଂକ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ଏମଆଇଏସ ସଂଯୋଜକ ଶ୍ରୀକାନ୍ତ ପ୍ରଧାନ ଓ ସମସ୍ତ ଗ୍ରାମ ପଂଚାୟତ ଶିକ୍ଷା ସ୍ବେଚ୍ଛାସେବୀ ସହଯୋଗ କରିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ସୁଚିନ୍ତିତ ପ୍ରସ୍ତାବ ଆସିଥିଲା।ତାହାକୁ କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇଥିଲା ।
Sign in
Sign in
Recover your password.
A password will be e-mailed to you.