ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହାର ଅଧିନସ୍ତ ଗାରାବନ୍ଧ , ଲାବଣ୍ୟଗଡ଼ , ବାଘଶାଳା ପ୍ରଭୃତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୁଧବାର ଦିନ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଛି ।
ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ମେଡିକାଲ ଅଫିସର ଡାଃ ପତିତପାବନ ବାରିକ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଡିଏସ: ଡାଃ ଲତିକା ବେହେରା , ଡାଃ ମିଲନ ଅଧିକାରୀ , ପିଏଚଇଓ: ମମତା ପାଢ଼ୀ ଏବଂ ବିପିଏମ: ଶ୍ରୀ ଏମ: ଖଗେଶ୍ବର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସୀନ ଅତିଥି ମାନେ ମୁଖ୍ୟତଃ ହୃତପିଣ୍ଡ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଏବଂ ଏହି ଘାତକ ରୋଗର କାରଣ ଓ ନିରାକରଣ ଏବଂ ଏହି ହୃଦ-ରୋଗର ପ୍ରତିରୋଧ କିଭଳି କରିହେବ ତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ମୁଖ୍ୟତଃ ଉଚ୍ଚ ରକ୍ତଚାପ , ଡାଇବେଟିସ , ମାତ୍ରାଧିକ କୋଲେଷ୍ଟେରଲ , ମୋଟାପଣ , ମାନସିକ ଦୁଶ୍ଚିନ୍ତା , ଧୂମପାନ ଓ ଆଧୁନିକ ଆରାମ-ଦାୟକ ଜୀବନଶୈଳୀ ପ୍ରଭୃତି ଅସୁସ୍ଥତା ଓ କୂଅଭ୍ୟାସ ଫଳରେ ଏହି ଘାତକ ହୃଦ-ରୋଗର କାରଣ ହୋଇଥାଏ ।
ଆମ ହୃତପିଣ୍ଡର ଯତ୍ନ -ଆମ ହାତରେ । ହୃଦ ରୋଗୀଙ୍କୁ କରୋନା ସଂକ୍ରମିତ ହେବା ଆଶଙ୍କା ଅଧିକ ଥାଏ , କରୋନା ନିୟମ ମାନିବା ସହ ନିଜ ହୃତପିଣ୍ଡର ଯତ୍ନ ନେବା ଆବଶ୍ୟକ ।
ତେଣୁ କରି ଏହି ହୃତ ରୋଗର ପ୍ରତିରୋଧ ପାଇଁ ଆମକୁ ନିଶ୍ଚିତ ଭାବେ ମାନସିକ ଦୁଶ୍ଚିନ୍ତା ପରିହାର କରିବା ସହ କମ୍ ତେଲ ମସଲା ଯୁକ୍ତ ସନ୍ତୁଳିତ ଓ ପୁଷ୍ଟିକର ଆହାର , ନିୟମିତ ଯୋଗ , ବ୍ୟାୟାମ ଓ ଶାରୀରିକ ପରିଶ୍ରମ କରିବା ଏବଂ ନିୟମିତ ଭାବେ ରକ୍ତଚାପ ଓ ମଧୁମେହ ଆଦିର ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ ଭାବେ ଔଷଧ ଖାଇବା ।
ଏହା ଏକ ଘାତକ ରୋଗ । ପ୍ରତିବର୍ଷ , ହୃତପିଣ୍ଡ ଜନିତ ସମସ୍ୟା ଯୋଗୁଁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ତେଣୁ ଏହି ଘାତକ ରୋଗ ବିରୋଧରେ ସମ୍ମିଳିତ ଲଢେଇ ଜାରୀ ରଖିବା ଏବଂ ଏହି ଘାତକ ରୋଗ ସମ୍ପର୍କରେ ଅଧିକ ଜନସଚେତନତା ସୃଷ୍ଟି କରିବା ସମସ୍ତଙ୍କ ଗୁରୁଦାୟିତ୍ୱ ହେବା ଉଚିତ।
ଅନ୍ୟପକ୍ଷରେ ପ୍ରତ୍ୟେକେ ବିଶେଷ କରି ଲୋକମାନଙ୍କୁ ବ୍ୟକ୍ତିଗତ ସ୍ତରରେ ତମାଖୁ ସେବନ , ଅସ୍ବାସ୍ଥ୍ୟକର ଭୋଜନ , ଶାରୀରିକ ନିଷ୍କ୍ରିୟତା ଭଳି ଅନେକ ହୃଦ ରୋଗ ସମସ୍ୟାର ବିଭିନ୍ନ କାରଣ ହୋଇ ପଡୁଥିବା ସମ୍ପର୍କରେ ଜନସଚେତନତା କରାଇବା ହେଉଛି , ଏହି ଦିବସ ପାଳନର ମୂଳ ଲକ୍ଷ ଓ ଉଦ୍ଦେଶ୍ୟ ।
ସମସ୍ତେ ଏ ଦିଗରେ ଦୈନନ୍ଦିନ ଜୀବନଶୈଳୀରେ ସଜାଗ ଓ ସାବଧାନତା ହୋଇ ପାରିଲେ ଅତି କମରେ ହୃଦ ଜନିତ ସମସ୍ୟା ଓ ଅକାଳ ମୃତ୍ୟୁକୁ ନିଶ୍ଚିତ ଭାବେ ରୋକା ଯାଇପାରିବ ।
ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପସାରଣ ଅଧିକାରୀ ମମତା ପାଢ଼ୀ ସଚେତନତା ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। । ବହୁ ସଂଖ୍ୟାରେ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମର ବହୁ ଲୋକ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post