ଭୁବନେଶ୍ୱର (ଶାସକ ପ୍ରଶାସକ) : ସାତ ଜଣ ସଦସ୍ୟ ବିଶିଷ୍ଟ ରେଳ ବୋର୍ଡର ପାସେଞ୍ଜର ସୁବିଧା କମିଟି (PAC) ଚଳିତ ମାସ 27 ତାରିଖ ଠାରୁ ତିନିଦିନିଆ ଗସ୍ତ ରେ ଆସି 29 ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ର ବିଭିନ୍ନ ରେଳ ଷ୍ଟେସନ ନିରୀକ୍ଷଣ କରିଛନ୍ତି । ଏହି କମିଟିର ସଦସ୍ୟ ଶ୍ରୀ ଦିଲୀପ ମଲ୍ଲିକ, ଶ୍ରୀ ଅଜୟ କୁମାର ଯାଦବ, ଶ୍ରୀ ଅଭିଜିତ ଦାସ, ଶ୍ରୀ ରାମ କୁମାର ପହାନ, ଶ୍ରୀ ଅଭିଲାଶ ପାଣ୍ଡେ, ଶ୍ରୀ ବିଚିତ୍ର ନାରାୟଣ କଳିତା ଏବଂ ଶ୍ରୀ ସୁନୀଲ ରାମ ରହିଛନ୍ତି।
ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ର10 ଟି ରେଳ ଷ୍ଟେସନ ଯଥା କଟକ, ଧ|ନମଣ୍ଡଳ, ଯାଜପୁର- କେଉଁଝର ରୋଡ, ଭଦ୍ରକ, ବ୍ରହ୍ମପୁର, ଛତ୍ରପୁର, ବାଲୁଗାଁ , ପୁରୀ, ସାକ୍ଷୀଗୋପାଳ ଏବଂ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ କୁ କମିଟି ର ସଦସ୍ୟ ମାନେ ଯାଞ୍ଚ କରିଛନ୍ତି । ଯାଞ୍ଚ ସମୟରେ କମିଟି ର ସଦସ୍ୟ ମାନେ ଯାତ୍ରୀଙ୍କ ମୌଳିକ ସୁବିଧା ଯଥା ପାନୀୟ ଜଳ ସୁବିଧା , ୱେଟିଂ ହଲ୍ ସୁବିଧା, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ବ୍ରିଜ୍ ଉପରେ ପାଦ ଚଲା ରାସ୍ତା , ଯାତ୍ରୀମାନଙ୍କ ପାଇଁ ବସିବା ବ୍ୟବସ୍ଥା, ଲିଫ୍ଟ / ଏସ୍କାଲେଟର କାର୍ଯ୍ୟ, ସ୍କାନର୍ ଇତ୍ୟାଦିର ବିଶେଷ ଭାବେ ନିରୀକ୍ଷଣ କରିଥିଲେ | ଷ୍ଟେସନ ପରିସରର ପରିଷ୍କାର ପରିଚ୍ଛନ୍ନତା ଏବଂ କ୍ୟାଟରିଂ ଷ୍ଟଲରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ମଧ୍ୟ କମିଟି ସଦସ୍ୟଙ୍କ ଦ୍ୱାରା ପରୀକ୍ଷଣ କରାଯାଇଥିଲା।
ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନର ଯାଞ୍ଚ ଶେଷ ହେବା ପରେ କମିଟିର ସଦସ୍ୟ ମାନେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ରିଂକେଶ ରାୟ ଙ୍କ ସହିତ ସମ୍ମିଳନୀ ହଲରେ ଏକ ଆଲୋଚନା ରେ ଅଧ୍ୟକ୍ଷତା କରିଥିଲେ | ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅତିରିକ୍ତ ରେଳ ମଣ୍ଡଳ ପ୍ରବନ୍ଧକ (ଇନଫ୍ରା), ଶ୍ରୀ ଅଶୋକ କୁମାର, ଅତିରିକ୍ତ ରେଳ ମଣ୍ଡଳ ପ୍ରବନ୍ଧକ (ଅପରେସନ୍) ଏବଂ ଅନ୍ୟ ଶାଖା ଅଧିକାର ମାନେ ଏହି ସଭା ରେ ଉପସ୍ଥିତ ଥିଲେ | ସେମାନେ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ସହ ଜଡିତ ବିଭିର୍ଣ୍ଣ ସମସ୍ୟା ଗୁଡିକ ପ୍ରତି ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପ୍ରବନ୍ଧକ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ଏବଂ ସାଧାରଣ ଜନତାଙ୍କ ସେବାକୁ ଆହୁରି ଉନ୍ନତ କରିବାକୁ ଯୋଜନା କରିଥିଲେ।
ପ୍ଲାଟଫର୍ମ ଆଶ୍ରୟସ୍ଥଳର ସମ୍ପ୍ରସାରଣ, ପର୍ଯ୍ୟାପ୍ତ ସଂଖ୍ୟକ ସିଲିଂ ପଙ୍ଖା ର ବ୍ୟବସ୍ଥା , ମୋବାଇଲ୍ ଚାର୍ଜିଂ ପଏଣ୍ଟ, ପ୍ଲାଟଫର୍ମରେ ଟାଇଲ୍ ଲେଭେଲିଂ, ଷ୍ଟେସନ୍ ପରିସରର ସୌନ୍ଦର୍ଯ୍ୟକରଣ ଇତ୍ୟାଦି କିଛି ଅତିରିକ୍ତ ଯାତ୍ରୀ ସୁବିଧା ପାଇଁ କମିଟି ପରାମର୍ଶ ଦେଇଛନ୍ତି| ଶ୍ରୀ ରିଙ୍କେଶ ରୟ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପ୍ରବନ୍ଧକ କମିଟି ର ସଦସ୍ୟ ମାନଙ୍କୁ ନିଶ୍ଚିତ କରିଛନ୍ତି ଯେ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ରେଳ ବିଭାଗ ସମସ୍ତ ପ୍ରୟାସ କରିବ | ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀ ସୁବିଧା ଉପରେ କମିଟି ସଦସ୍ୟମାନେ ସମସ୍ତ ସନ୍ତୋଷ ବ୍ୟକ୍ତ କରି ଖୋର୍ଦ୍ଧା ରୋଡ୍ ରେଳ ଏହାର ଷ୍ଟେସନକୁ ଯାତ୍ରୀ ଅନୁକୂଳ ରଖିଥିବାରୁ ବିଭାଗୀୟ ପଦାଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ|
Sign in
Sign in
Recover your password.
A password will be e-mailed to you.
Prev Post
Next Post